ବାଲେଶ୍ୱର ଜିଲା ବିଜେଡି ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ଜଳେଶ୍ୱର,୧୨/୭(ଜଗନ୍ନାଥ ଗୋଛାୟତ) ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ବିଜେଡି ଜିଲାସଭାପତି ରୂପେ ନିଯୁକ୍ତି ପ୍ରଦାନ କରିଥିବାରୁ ଆଜି ସନ୍ଧ୍ୟାରେ ମୂରଲି କଲ୍ୟାଣ ମଣ୍ଡପ ପରିସରରେ ଏକ ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜେଡି ବ୍ଲକ ସଭାପତି ଦିଲ୍ଲିପ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ନଗର ବିଜେଡି ସଭାପତି ସୁରଜିତ ଘୋଷ, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ନଗରପାଳ ପ୍ରତୀପ କୁମାର ପ୍ରଧାନ, ବିଜୁ ମହିଳାଦଳର ଜିଲା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ମନ୍ତ୍ରୀ ଶ୍ରୀପାତ୍ରଙ୍କୁ ଏଭଳି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ଜଳେଶ୍ୱରର ସାମଗ୍ରିକ ବିକାଶ ପାଇଁ ସମସ୍ତ କର୍ମକର୍ତ୍ତା ନିଷ୍ଠାପର ଭାବେ ଉଦ୍ୟମ ଜାରିରଖିବା ପାଇଁ ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲାପରିଷଦ ଉପସଭାପତି ଅନୂସୟା ପ୍ରଧାନ,ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି,ଉପନଗରପାଳ ପୁଷ୍ପପ୍ରିୟା କାମିଳା, ରାଜ୍ୟ ବିଜୁମହିଳା ଜନତାଦଳ କାର୍ଯ୍ୟକାରିଣୀ ସଭ୍ୟା ଆରତି ଦାସ, ଉତ୍ତରବାଲେଶ୍ୱର ପ୍ରେସ କ୍ଲବ ପକ୍ଷରୁ ସଂପାଦକ ପତିତପାବନ ପ୍ରଧାନ, ଘନଶ୍ୟାମ ଗିରି, ବିଜେଡି ଲିଗାଲ ଫ୍ରଣ୍ଟ ପକ୍ଷରୁ ସୁକୁମାର ରଣା, ନଗର ଯୁବ ବିଜେଡି ସଭାପତି ଆନନ୍ଦ କର, ନଗର ଛାତ୍ର ବିଜେଡି ସଭାପତି ସୁରଜ ଚୌରାସିଆ, ଜ୍ଞାନବିକାଶ ଆଇଟିଆଇର ଅଧ୍ୟକ୍ଷ ଲେଲିନ ପ୍ରଧାନ, ଜିଲାପରିଷଦ ସଭ୍ୟା ତୁଳସୀ କିସ୍କୁ ଓ ସଭ୍ୟ ଗୌରାଙ୍କ ସିଂଙ୍କ ସମେତ ବ୍ଲକର ୩୫ଟି ପଞ୍ଚାୟତ ଓ ପୌର ପରିଷଦର ୧୭ଟି ୱାର୍ଡ଼ର ବିଜେଡି ସଭାପତି, ସରପଞ୍ଚ, ସମିତିସଦସ୍ୟ, କାଉନସିଲରମାନେ ନବନିଯୁକ୍ତ ବିଜେଡି ଜିଲାସଭାପତି ଶ୍ରୀପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଜେଡି ପକ୍ଷରୁ ନବନିଯୁକ୍ତ ଜିଲା ଉପସଭାପତି ତପନ ଦାସ, ସଂପାଦକ ବ୍ରିଜେଶ କୁମାର ରଣା, ଯୁଗ୍ମ ସଂପାଦକ ରାଜେଶ ଖଟୁଆ ଓ ସତ୍ୟରଞ୍ଜନ ଦାସ ମହାପାତ୍ର, ବ୍ଲକ ବିଜେଡି ଛାତ୍ର ସଭାପତି ଗୌରବ ଦାସଙ୍କୁ ମଧ୍ୟ ଦଳ ପକ୍ଷରୁ କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟ କାମିଳା, ସଞ୍ଜିବ ପାଳ, ମୀର ଆବାସ ଅଲ୍ଲୀ, ସୁଶାନ୍ତ ସାହୁୁୁୁ, ବିଶ୍ୱଭୂଷଣ ଦାସ, ଗୋବିନ୍ଦ ସାହୁ ଅରୁଣ କୁମାର ରାଉଳ, ସୁଶୀଲ ପରିଡ଼ା, ଜାମିନୀ ଦତ୍ତ, ଅଜୟ ମହାନ୍ତି, ଜ୍ୟୋର୍ତିମୟାନନ୍ଦ ପାଳ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post