ବାଲିଆପାଳ,୧୬/୭(ଜଗନ୍ନାଥ ଗୋଛାୟତ) ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୫୦୦ ଗ୍ରାମ ଓଜନର ଇଲିଶି କିଲୋ ୫୫୦ ଟଙ୍କା ଓ କେଜିକିଆ ଓଜନର ଇଲିଶି ୧୦୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ୫୦୦ ଗ୍ରାମରୁ କମ୍ ଓଜନର ଇଲିଶି କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ।ବର୍ଷା ପାଗରେ ପାଟି ଚାଖୁବ ଇଲିଶି ଝୋଳ । ଶସ୍ତା ହୋଇଛି ଇଲିଶି । କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଯେଉଁଥ୍ପାଇଁ ଲାଗୁଛି ବେପାରୀ ଓ ଖାଉଟିଙ୍କ ଭିଡ । ଏପରି ଚିତ୍ର ଆସିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ସୀମାନୁ ଦୀଘା ମାଛ ମାର୍କେଟରୁ । ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମିଳୁଥିବାରୁ ଇଲିଶି ଶସ୍ତା ହୋଇଥିବା ମତ୍ସ୍ୟଜୀବୀମାନେ ମତପ୍ରକାଶ କରିଛନ୍ତି । ସିଏ ଯାହା ହେଉନା କାହିଁକି ଇଲିଶି ଶସ୍ତା ହୋଇଥବାରୁ ଖାଉଟି ବେଶ୍ ଖୁସ୍ । ପ୍ରତିଦିନ ପରି ଶୁକ୍ରବାର ଓ ଶନିବାର ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ଫେରିଲା ବେଳେ ୩୪ରୁ ୪୦ ଟନ୍ ଇଲିଶି ଧରି ଫେରିଥିଲେ । ମୌସୁମୀର ପ୍ରଥମ ଛୁଆଁ ଯୋଗୁ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ଜାଲରେ ପଡ଼ିଥିଲେ । ଅନେକ ସମୟରେ ଖାଲି ହାତରେ ଫେରୁଥିବା ମତ୍ସ୍ୟଜୀବୀମାନେ ହଠାତ ଏତେ ପରିମାଣର ଇଲିଶି ଦେଖୁ ଆଚମ୍ବିତ ହୋଇଥିଲେ । ଆଗକୁ ଆହୁରି ଅଧୂକ ଇଲିଶି ମିଳିବ । ତେଣୁ ଇଲିଶି ଶସ୍ତା ହେବ ବୋଲି ଆଶା କରାଯାଉଛି ।ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୫୦୦ ଗ୍ରାମ ଓଜନର ଇଲିଶି କିଲୋ ୫୫୦ ଟଙ୍କା ଓ କେଜିକିଆ ଓଜନର ଇଲିଶି ୧୦୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ୫୦୦ ଗ୍ରାମରୁ କମ୍ ଓଜନର ଇଲିଶି କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଯେଉଁଥିପାଇଁ ଦୀଘା ମାଛ ମାର୍କେଟରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଭିଡ ପ୍ରବଳ ଜମିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଅଚାନକ ଜାଲରେ ଅଧୂକ ଇଲିଶି ପଡ଼ିବାର କାରଣ କ’ଣ ? ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରେ ଚାରଣ କରୁଥିବା ଇଲିଶିମାନେ ଭାରତ ଉପକୂଳ ମୁହାଁ ହୋଇଛନ୍ତି । ସେମାନେ ଯାଆଁଳା ଛାଡିବା ପାଇଁ ଏବଂ ସମୁଦ୍ର ଓ ନଦୀର ସଂଯୋଗ ସ୍ଥଳକୁ ମଧୁର ଜଳ ପାନ କରିବାକୁ ଆସିଥାଆନ୍ତି । ଇଲିଶିମାନେ ଦଳଦଳ ହୋଇ ଆସୁଥିବା ବେଳେ ମତ୍ସଜୀବୀଙ୍କ ଜାଲରେ ଧରା ପଡ଼ି ଯାଆନ୍ତି ।

Post a Comment