ଯାତ୍ରୀବାହୀ ବସର ପଛରୁ ଧକ୍କାଦେଲା ଟ୍ରକ ୩୩ ଜଣ ଯାତ୍ରୀ ଆହତ ୮ ଗୁରୁତର


ଜଳେଶ୍ୱର, ୧୪ ।୦୭ (ଜଗନ୍ନାଥ ଗୋଛାୟତ): ୬୦ନଂ ଜାତୀୟ ରାଜପଥ ଶାନ୍ତିଆ ନିକଟରେ ଯାତ୍ରୀବାହୀ ବସକୁ ପଛରୁ ଧକ୍କାଦେଲା ଟ୍ରକ ୩୩ ଜଣ ଯାତ୍ରୀ ଗୁରୁତର । ଘଟଣାରୁ ଜଣାଯାଇଛି ପ୍ରଧାନ ନାମକ ଏକ ଘରୋଇ ବସ ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିବା ସମୟରେ ଶାନ୍ତିଆ ନିକଟରେ ଥିବା ଏକ ହମ୍ପସ୍ ନିକଟରେ ବସଟି ବ୍ରେକ ଦେବା ସମୟରେ ପଛରେ ଆସୁଥିବା ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଫଳରେ ବସଟି ଭାରଶ୍ୟାମ ହରାଇ ରାସ୍ତା କଡ ନୟନଜୋରିକୁ ଗଡିଯାଇ ଏକ ଗଛରେ ଧକ୍କା ହୋଇ ଓଲଟି ପଡିଥିଲା । ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୩ଜଣ ଅହତ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ନିକଟସ୍ଥ ଜି.କେ.ଭଟ୍ଟର ହସପିଟାଲରେ ଭର୍ତୀ କରାଯାଇଥିଲା । ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତେବେ ବସର ଯାତ୍ରୀମାନେ କିପରି ନିଜର ଗନ୍ତବ୍ୟ ସ୍ଥଳକୁ ଯିବେ ଓ ଗୁରୁତର ମାନଙ୍କର ଚିକିସôା ପାଇଁ ବସ ମାଲିକ ବା ପ୍ରଶାସନ ପକ୍ଷରୁ କୈାଣସୀ ବ୍ୟବସ୍ଥା କରା ନ ଯିବାରୁ ଯାତ୍ରୀମାନେ ହସପିଟାଲରେ ପଡିରହି ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖାଯାଇଥିଲା ।

Post a Comment

Previous Post Next Post