
କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନଏସିରେ କାର୍ଯ୍ୟରତ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଚାକିରୀ ରୁ ଅବସର ନେଇଛନ୍ତି।ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ରଣାଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜୟନ୍ତ ପ୍ରଧାନ,ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଭାନୁ ବେହେରା,ଶ୍ରୀ ବିଜୟ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାମକୃଷ୍ଣ ସେଲମା ଅତିଥି ଭାବରେ ଯୋଗ ଦେଇଥିଲେ।ସଭା ପରିଚାଳନା ମାନ୍ଦଲା କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀ ସଭା ପରିଚାଳନା ଓ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ।କ୍ଳଷ୍ଟର ତରଫରୁ ଶ୍ରୀ ରଣାଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଶ୍ରୀ ରଣା ଜଣେ ଆଦର୍ଶ,ଛାତ୍ରବତ୍ସଳ ଶିକ୍ଷକ ଥିଲେ ତାଙ୍କ ଅବସର ପରେ ଆମପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ଉପସ୍ଥିତ ସମସ୍ତେ ଏକ ସ୍ୱରରେ କହିଥିଲେ।ଏହି ସଭାରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ଅକୃର ପୁଟା,ମଣି ମାଝୀ, ବିମଳ ହାତୀ, ମନୋଜ ତାଣ୍ଡୀ, ଗୌତମ ଆଣ୍ଡିଆ,ଶରତ ମାଝୀ, ନରହରି ତାଣ୍ଡୀ, ଲଳିତ କୁଅଁର, ରୋହିତାଶ୍ୱ ନାଗ,ଜାନକୀରାମ ସାମବେଦମ, ଗଜୟ ଦାଶ, ଅନୁପ କୁମାର ଦାସ, ଅମରେନ୍ଦ୍ର ବାଗ,ପ୍ରମୋଦ ମାଝୀ, ଗୁରୁପ୍ରାସାଦ ଛତ୍ରିଆ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ଉପସ୍ଥିତ ଥିଲେ।ସେହିପରି କରୁଁଆମୁଣ୍ଡା ବିଦ୍ୟାଳୟର ଶିକ୍ଷକ ଶ୍ରୀ ଗୌତମ ବଏ ଓ କଣ୍ଟାବାଞ୍ଜି ହିନ୍ଦୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶୀଳା ବାଇ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଥିଲେ।
Post a Comment