ଭବାନୀପାଟଣା ୧/୭(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରାଜେଶ୍ୱର ପାତ୍ର ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ଆଠବର୍ଷ ନିରବଚ୍ଛିନ୍ନ ଭାବରେ ଅଞ୍ଚଳର ରୋଗୀ ସେବାକରି ଅନେକ ରୋଗୀଙ୍କ ରୋଗ ଆରୋଗ୍ୟ କରି ସମସ୍ତଙ୍କ ମନରେ ହସ ଫୁଟାଇ ଛନ୍ତି।ତାଙ୍କର ଅବସରରେ ଟିପିଗୁଡା ଅଞ୍ଚଳବାସି ମ୍ରିୟମାଣହେଇ ତାଙ୍କୁ ଭବ୍ୟସ୍ଵଗତ ସମ୍ବର୍ଦ୍ଧନା ସହ ବିଦାୟ କରିଛନ୍ତି। ଟିପିଗୁଡା ସାବିତ୍ରୀବାଇ ଫୁଲେ ଛକଠାରୁ ଡାକ୍ତରଖାନା ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ନୃତ୍ୟ ,ଗୀତ,ବାଜାର ତାଳେ ତାଳେ ଜନସାଧାରଣ ସାମିଲ ହୋଇ ବିଦାୟ ଦେଇଥିଲେ। ଏହି ବିଦାୟ ଶୋଭାଯାତ୍ରା ଲୋକଙ୍କ ମନରେ ବର ଯାତ୍ରୀଙ୍କ ଶୋଭାଯାତ୍ରାର ଭ୍ରମ ସୃଷ୍ଟି କରିଥିଲା।ଏହି ଅବସରରେ ଟିପିଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଟିପିଗୁଡା ପଞ୍ଚାୟତ ସରପଞ୍ଚ ହାତୀରାମ ଦୁର୍ଗାଙ୍କ ସଭାପତିତ୍ୟରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଟିପିଗୁଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଭଜମନ ବୋଡେକ, ଆୟୁଷ ଡାକ୍ଟର ରାଜର୍ଷି ନେଗି, ଡାକ୍ତର ମାନସ ରଂଜନ ପାଣିଗ୍ରାହୀ, ଟିପିଗୁଡା ପଞ୍ଚାୟତ ସମିତି ସଭ୍ୟା ପ୍ରତିନିଧି ଚନ୍ଦ୍ର ବାଗ ମଞ୍ଚାସିନ ହୋଇ ତାଙ୍କର କାର୍ଯ୍ୟ କଲାପକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପାତ୍ରଙ୍କ ଶୁଭେଚ୍ଛୁମାନେ ବିଭିନ୍ନ ଉପହାର ଦେଇଥିବାବେଳେ ଟିପିଗୁଡା ଗ୍ରାମବାସିଙ୍କ ତରଫରୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ କ୍ରିଷ୍ଣାଦାସ ନାଏକ ସଭା ପରିଚାଳନା କରିଥିବାବେଳେ ଭୂପତି ବୋଡ଼େକ, ତେଜନ ଦୁର୍ଗା,ବୀରେନ ନାଏକ, ଖୁବା ବଞ୍ଜରା,ମାଧୁର୍ଯ୍ୟ ପଟେଲ ସମେତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, ଶେଷରେ ଅବିନାଶ ଦୁର୍ଗା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ।

Post a Comment