କଣ୍ଟାମାଳ (ମନଧରକର୍ମୀ) ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବାସ୍ତବରେ ଯୋଜନାର ସୁଫଳ ରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟା ପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀମାଳ ଗ୍ରାମର ମାଧ ରଣା ଜଣେ ଗରିବ ପରିବାରର । ତାଙ୍କ ନାମ ଆବାସ ଯୋଜନା ତାଲିକାରେ ଥିଲା । ହେଲେ ଯୋଜନାରେ ସଂଯୋଗ କରିବା ପାଇଁ ଗ୍ରାମ ରୋଜଗାର ସେବକ ମାଧଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସ ବହି ସହ ଆବଶ୍ୟକୀୟ କାଗଜପତ୍ର ନେଇଥିଲେ । ହେଲେ ଅନେକ ଥର ଆବଶ୍ୟକୀୟ କାଗଜପତ୍ର ନେଇଥିଲେ ସୁଦ୍ଧା ତାଙ୍କର ବ୍ୟାଙ୍କ ପାସ ବହି ବର୍ତ୍ତମାନ ସୁଦ୍ଧା ସଂଯୋଗ ହୋଇନାହିଁ । ଯାହା ଫଳରେ ବ୍ୟାଙ୍କ ପାସ ବହି ସଂଯୋଗ ନ ହେବାରୁ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅଗ୍ରୀମ ଟଙ୍କା ମିଳି ପାରି ନାହିଁ । ଯାହା ଫଳରେ ମାଧ ଅଗ୍ରୀମ ଟଙ୍କା ନ ପାଇବାରୁ ଘର ତିଆରି କରି ପାରୁ ନାହାଁନ୍ତି । ବାରମ୍ବାର କାଗଜପତ୍ର ଦେଇ ଥିଲେ ସୁଦ୍ଧା ଜି ଆର୍ ଏସ ଙ୍କ ଅବହେଳା ଓ ହଇରାଣ କରିବା ମନୋବୃତ୍ତି ଯୋଗୁଁ ମାଧ ଘର ତିଆରି କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମାଧ ବୌଦ୍ଧ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମାଧ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Post a Comment