ବାଲେଶ୍ଵର, ୩୦/୭(ଲକ୍ଷ୍ମୀଧର ବାରିକ): ବାଲେଶ୍ଵର ସହର ସ୍ଥିତ ବାଲିଆ ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ପରିଚାଳନା ସମିତିର ସଭାପତି କାଞ୍ଚନବାଳା ପାତ୍ରଙ୍କ ସଭାପତିତ୍ୱରେ ଚାନ୍ଦିପୁର ଆଇ ଟି ଆର ଅତିରିକ୍ତ ନିର୍ଦ୍ଦେଶକ ଡ଼.ଅରୁଣ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାର ଉଦେଶ୍ୟ ଓ ଲକ୍ଷ୍ୟ ପିଲାମାନଙ୍କର ବୈଜ୍ଞାନିକ ମୋନବୃତ୍ତି ବଢ଼ାଇଥାଏ ବୋଲି କହିଥିଲେ। ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ସମ୍ପାଦିକ ଅଭିଭାଷଣ ପ୍ରଦାନ କରି ବିଜ୍ଞାନ ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ନିଳିମା ଗୁରୁମା ଅତିଥି ପରିଚୟ ରଖିଥିବା ବେଳେ ଆଚାର୍ଯ୍ୟ ଭବାନୀ ମିଶ୍ର ଦିବସଟିର ଆଭିମୁଖ୍ୟ କଥନ ରଖିଥିଲେ। ଶିଶୁ ଵର୍ଗ, କିଶୋର ବର୍ଗ, ବାଲବର୍ଗରେ ଗଣତି ପ୍ରକଳ୍ପ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣତି ପ୍ରଶ୍ନମଞ୍ଚ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ଏଥିରେ ୨୪୫ ଜଣ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ସମାରୋପ ଉତ୍ସବରେ ଆଚାର୍ୟ୍ଯ ସନ୍ତୋଷ ପଣ୍ଡା(କ) ଗୁରୁଜୀ ବୃତ୍ତକଥନ କରିଥିବା ବେଳେ ଆଚାର୍ଯ୍ୟା ସଙ୍ଗୀତା ଦାସ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ। କୃତୀ ପ୍ରତିଯୋଗୀ ଙ୍କୁ ପୁସ୍ତକ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶିଶୁ ଭାଈ ଲକ୍ଷ୍ମୀଧର ମହାନ୍ତି ଏବଂ ଶିଶୁ ଭଉଣୀ ଶ୍ରେୟା ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଚାର୍ୟ୍ଯ ଧୀରେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପରିଚାଳନା ସମିତିର କାର୍ଯ୍ୟ କର୍ତ୍ତା, ସମସ୍ତ ଗୁରୁଜୀ ଗୁରୁମା ଓ ଅପା ଭାଈମାନେ ପରିଚାଳନାରେ ସହଯୋଗ କରିଥିଲେ।

Post a Comment