ବିରମହାରାଜପୁର ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ଉତ୍ସବ

ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ଓଡ଼ିଶା ମୋ ପରିବାର ଓ କଲେଜ ଛାତ୍ର ଛାତ୍ରୀ ଙ୍କ ମିଳିତ ଅନୁକୁଲ୍ୟ ରେ ଏକ ବୃକ୍ଷରୋପଣ ଓ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେର ଓ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ ମିଶି ଉଦ୍ଘାଟନ କରିଥିଲେ । ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ପାଖାପାଖି ୧୫୦ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖା ଯାଇଥିବା ବେଳେ କଲେଜ ପଡିଆ ରେ ବୃକ୍ଷ ରୋପଣ କରାଯାଇଥିଲା । ପରେ ଏକ ସଭା ଆୟୋଜନ କରାଯାଇଥିବା ବେଳେ ସେହି ସଭା ରେ ଅତିଥି ମାନେ ଏହି କଲେଜ କୁ ୫ଟି ଯୋଜନାରେ ସାମିଲ କରି ୧ କୋଟି ଟଙ୍କା ରାଜ୍ୟ ସରକାର ଙ୍କ ତରଫରୁ ମିଳିଥିବାରୁ ରାଜ୍ୟସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସ୍ଥିତିରେ ପରିବେଶ ସନ୍ତୁଳନ ଓ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଓ ରକ୍ତର ଅଭାବ କୁ ଦୂର କରିବାପାଇଁ ରକ୍ତଦାନ ଦ୍ଵାର ବହୁ ଲୋକଙ୍କ ଜୀବନ ବଞ୍ଚିବ ବୋଲି ଅତିଥି ମାନେ କହି ଥିଲେ ।

Post a Comment

Previous Post Next Post