ମଧ୍ୟଯୁଗୀୟ ଓଡ଼ିଶାରେ ରାଇବଣିଆ ଦୁର୍ଗ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ରକ୍ଷାଣବେକ୍ଷଣ ଓ ପୁନଃରୁଦ୍ଧାର କରିବାକୁ କୁଳପତିଙ୍କ ଆହ୍ବାନ


ବାଲେଶ୍ୱର, ୨୯/୭(ଲକ୍ଷ୍ମୀଧର ବାରିକ) ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ଆନୁକୂଲ୍ୟରେ ମଧ୍ୟଯୁଗୀୟ ଓଡ଼ିଶାରେ ରାଇବଣିଆ ଦୁର୍ଗ ଶୀର୍ଷକ ଏକ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସମ୍ମିଳନୀ କକ୍ଷରେ ଏକ ଉଦ୍‌ଘାଟନୀ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ଉତ୍ତର ଓଡ଼ିଶାର ଜଳେଶ୍ୱର ଜିଲ୍ଲାରେ ଅବସ୍ଥିତ ପୂର୍ବ ଭାରତୀୟ ଅଂଚଳର ସର୍ବବୃହତମ ମଧ୍ୟଯୁଗୀୟ ରାଇବଣିଆ ଦୁର୍ଗର ରକ୍ଷଣାବେକ୍ଷଣ ଓ ପୁନଃରୁଦ୍ଧାର ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ସଭା ଆରମ୍ଭରେ ଇତିହାସ ବିଭାଗର ପ୍ରଫେସର ସୁନୀଲ କୁମାର ପଟ୍ଟନାୟକ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ସମ୍ୟକ୍‌ ଧାରଣା ବ୍ୟାଖ୍ୟା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଅଶୋକ କୁମାର ପଟ୍ଟନାୟକ, ପ୍ରଫେସର ଲକ୍ଷ୍ମୀ ନାରାୟଣ ରାଉତ, ପୂର୍ବତନ ପ୍ରାଧ୍ୟାପକ ବସନ୍ତ କୁମାର ମଲ୍ଲିକ, ପୂର୍ବତନ ପ୍ରାଧ୍ୟାପକ ସଞ୍ଜୟ ଆଚାର୍ଯ୍ୟ ଯୋଗ ଦେଇ ମତ ରଖିଥିଲେ। ଐତିହାସିକ ତଥା ଗବେଷକ ଅନିଶା ଇକବଲ ସବୀର ରାଇବଣିଆ ଦୁର୍ଗର ଇତିହାସ ସଂପର୍କରେ କହିଥିଲେ। ଇତିହାସ ବିଭାଗର ସଂଯୋଜକ ଡ. ସଂଜୀବ କୁମାର ମାଝୀ ସ୍ୱାଗତ ଭାଷଣ ରଖିଥିଲେ। ସହକାରୀ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡ. ଦେବାଶିଷ ପାତ୍ର ଉଦ୍‌ଘାଟନୀ ସଭାର ସଂଯୋଜନା କରିଥିବା ବେଳେ ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସୁନୀଲ କୁମାର ପାଢ଼ୀ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post