ସ୍ବଛତାର ସ୍ବାଦ ବାଣ୍ଟୁଛନ୍ତି ନିମପୁର ଗ୍ରାମର ଦୀଲ୍ଲିପ


ଜଳେଶ୍ୱର,(ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତର ନିମପୁର ଗ୍ରାମର ୪୯ ବର୍ଷିୟ ଦୀଲ୍ଲିପ କୁମାର ସିଂହ।ଜଳେଶ୍ୱର ଅଂଚଳରେ ଜଣେ ଚିତ୍ରକର ଭାବେ ପରିଚିତ।ରଙ୍ଗ ତୁଳିକୁ ନେଇ ଅର୍ଦ୍ଧାଧିକ ଜୀବନ ଅତିବାହିତ କରିସାରିଥିବା ବେଳେ ଏବେ ସମାଜକୁ ସ୍ବଛ ରଖିବାକୁ ଅଣ୍ଟା ଭିଡିଛନ୍ତି।ଜଳେଶ୍ୱର-ପଶ୍ଚିମବାଡ଼ ରାସ୍ତାର ନିମପୁର ଠାରୁ ନନ୍ଦିକା ଏନ ଏଚ-୧୬ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ବ ଘଞ୍ଚ ଜଙ୍ଗଲ ସହ ରାସ୍ତାର ଦୁଇ କଡରେ ମାଟି ଓ ଅନାବନା ହୋଇ ପଡିଥିବା ବେଳେ ଦୀଲ୍ଲିପ କାହାରିକୁ କିଛି ନ କହି ନିଜେ ସଫେଇ କରି ଚର୍ଚ୍ଚାରେ ରହିଛନ୍ତି। ପ୍ରକାଶ ଥାଉକି ଗତ ଦୁଇ ମାସ ତଳେ ଲୋକ ମାନେ ଯେତେବେଳେ ଧାନ କଟା ମେସିନ ବ୍ୟବହାର ସମୟରେ ମେସିନ ଦ୍ବାରା ବିଲରୁ କାଦୁଅ ସବୁ ରାସ୍ତା ରେ ପଡ଼ି ରହୁଥିଲା।ସେତେବେଳେ ମଧ୍ୟ ଦୀଲ୍ଲିପ ଏକାକୀ ରାସ୍ତା ସଫାକରି ରାସ୍ତା କୁ ସଫେଇ କରିଥିଲେ।ତେବେ ଜଣେ ଚିତ୍ରକର ଭାବେ ପରିଚିତ ଦୀଲ୍ଲିପ କେତେବେଳେ ବେନର ତ କେତେବେଳେ ଓ୍ବାଲ ପେଣ୍ଟିଂ କରି ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ନିଜ ଗ୍ରାମକୁ ସ୍ବଛ ରଖିବାକୁ ଶପଥ ନେଇଥିବା ଜଣାପଡିଛି।ବୁଦ୍ଧି ଯିବି ମହଲରେ ପ୍ରଶଂସା କରାଯାଇଛି।

Post a Comment

Previous Post Next Post