ଆଖିଧରାକୁ ନେଇ ଚିନ୍ତାରେ ଲୋକ । ପଢନ୍ତୁ, କେମିତି କରିବେ ପ୍ରତିକାର.....?


ଆଜତକ୍ ଓଡ଼ିଶା: ଘରେ ଘରେ ଆଖି ଧରା ସମସ୍ୟାକୁ ନେଇ ଚିନ୍ତାରେ ଲୋକେ । ଜଣଙ୍କର ଆଖି ଧରିବାର କିଛି ଦିନ ପରେ ଆଉ ଜଣଙ୍କ ଆଖି ଧରି ଦେଉଛି । ଏମିତି ରାଜ୍ୟର ବିଭିନ୍ନ ସ୍ଥାନରେ ଆଖିଧରା ରୋଗର ଚିତ୍ର ସବୁ ଆସିବାରେ ଲାଗିଛି । ବିଶେଷ କରି ସ୍କୁଲ ପାଲଟିଛି ଆଖିଧରାର ହଟସ୍ପଟ । ପ୍ରଥମେ ଆଖି କୁଣ୍ଡେଇ ହେବା ସହ ଆଖି ଲାଲ ପଡ଼ିଯାଉଛି । ଏହାପରେ ଆଖି ଫୁଲିଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଏହା ଏକ ସଂକ୍ରାମକ ରୋଗ ତେଣୁ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଆପଣଙ୍କ ଆଖି ଧରିଲେ କ'ଣ କରିବେ? କିମ୍ବା କ'ଣ କରିବେ ନାହିଁ ତାକୁ ନେଇ ଅନେକଙ୍କ ମନରେ ସନ୍ଦେହ ରହିଛି ।

ଆଖି ଧରା : କେମିତି କରିବେ ପ୍ରତିକାର ?


  • ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ବ୍ୟବହାର କରୁନ୍ତୁ ନାହିଁ।
  • ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ।
  • ନିଜର ଚଷମା ନିୟମିତ ସଫା କରନ୍ତୁ।
  • ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ
  • କଣ୍ଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିତ୍ସକଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରନ୍ତୁ।
  • ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
  • ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମପାଣିର ପକାଇ ଆଖିକୁ ପୋଛନ୍ତୁ।
  • ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ।
  • ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ।
  • ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Post a Comment

Previous Post Next Post