କାନ୍ଥରେ ଛୁଞ୍ଚ ଦେବା ସାଜିଲା କାଳ ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ

ବାଲେଶ୍ଵର,୧୨/୭(ଲକ୍ଷ୍ମୀଧର ବାରିକ): କାନ୍ଥରେ ଚୁଞ୍ଚ ଦେବା ସାଜିଲା କାଳ,ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଉପରଡିହା ପଞ୍ଚାୟତ ଧବଣି ଗ୍ରାମରେ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ହୀରାମଣି ସିଂ ବୟସ ୫୩ ନିଜ ମାଟି ଘରର କାନ୍ଥରେ ଛୁଞ୍ଚ ଦେଉଥିବା ସମୟରେ କାନ୍ଥରେ ଥିବା ବିଦ୍ୟୁତ ତାରର ଲୁପରୁ ବିଦ୍ୟୁତ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ଘର ଲୋକେ ତାଙ୍କୁ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Post a Comment

Previous Post Next Post