ବାଲେଶ୍ଵର, ୨୯/୭(ଲକ୍ଷ୍ମୀଧର ବାରିକ): ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ ରେ ଶରତ କୁମାର ଉପାଧ୍ୟାୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ଉପାଧ୍ୟାୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗ ଦେଇ ଥିବାରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ଉପାଧ୍ୟାୟ ଯେଉଁ ବ୍ଲକ ରେ ପୂର୍ବରୁ କାର୍ଯ୍ୟ କରିଛନ୍ତି ସେଥିରେ ସେ ସ୍ଥାନୀୟ ଲୋକଙ୍କ କଥାକୁ ଗୁରୁତ୍ଵ ଦେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସଠିକ ଭାବରେ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ନକରି ସହଯୋଗ କରିବାକୁ ଶ୍ରୀ ଉପାଧ୍ୟାୟ ଅନୁରୋଧ କରିଛନ୍ତି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ବିକାଶ ପାଇଁ ଆସୁଥିବା ଅର୍ଥ ବିନିଯୋଗ ପାଇଁ ସରକାରୀ ଅଧିକାରୀ ମାନେ କାମ କରିବାକୁ ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।
ରେମୁଣା ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଯୋଗଦାନ
ଆଜତକ ଓଡ଼ିଶା
0
Post a Comment