ମଣିପୁରରେ ମହିଳାଙ୍କୁ ଉଲଗ୍ନ ଓ ବଳାତ୍କାର ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଲୟ ସମ୍ମୁଖରେ କୋମନା ରାଜ ଗୌଣ୍ଡ ସଂସ୍କୃତିକ ସମାଜ ର କର୍ମକର୍ତା ତଥା ଗୋଣ୍ଡୱାନା ଛାତ୍ର ଛାତ୍ରୀ ସଙ୍ଘ କୋମନା ଓ ନୂଆପଡା ବ୍ଲକ ର ସଦସ୍ୟ ମାନେ ଏକତ୍ରିତ ହୋଇକି ନୂଆପଡା ଜିଲ୍ଲାପାଳକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗତ ମଇ ୪ ତାରିଖରେ ମଣିପୁରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ମଝି ରାସ୍ତାରେ ବୁଲାଇ ସାମୁହିକ ବଳାତ୍କାର କରି ଆଦିବାସୀ ମହିଳାଙ୍କୁ ହତ୍ୟା କରିଥିବା ବେଳେ ଆଜିକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ମଣିପୁର ସରକାରଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହିଭଳି ଆଦିବାସୀ ଭାଇକୁ ମଧ୍ୟପ୍ରଦେଶ ର ପ୍ରଭାସ ଶୁକ୍ଲା ନାମକ ଜୈନିକ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ଭଳି ଚର୍ଚ୍ଚିତ ଦାବି ନେଇ ଭଗବାନ ମାଝୀଙ୍କ ନେତୃତ୍ୱରେ ହରିଶ ଚନ୍ଦ୍ର ମାଝୀ, ଜ୍ଞାନେଶ୍ୱର ମାଝୀ, ଭକ୍ତବନ୍ଧୁ ଧରୁଆ, ଆଦିବାସୀ ସଙ୍ଘ ଜିଲ୍ଲା ସଭାପତି ଭାନୁ ପ୍ରତାପ ସିଂ ମାଝୀ, ଉପସଭାପତି କମଲେଶ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ନୂଆପଡ଼ା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। ଏହା ବ୍ୟତୀତ ଯଥାଶୀଘ୍ର ଦୋଷୀକୁ କଡା ଦଣ୍ଡାଦେଶ ଦେବାପାଇଁ ଦୃଢ଼ ଦାବୀ ଉପସ୍ଥାପନା କରିଥିଲେ।

Post a Comment

Previous Post Next Post