ବାଲେଶ୍ଵର,୨୦/୭ (ଲକ୍ଷ୍ମୀଧର ବାରିକ) ସୋର ଗୋପୀନାଥପୁର ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ମରଣଜନ୍ତା ପାଲଟିଛି। ଯାହାକୁ ନେଇ ଅନେକ ବାର ଧାରଣା ଓ ରାସ୍ତାରୋକ କରାଯାଇଥିଲା। ଯାହାକୁ ନେଇ ଗତ କିଛିମାସ ତଳେ ବାଗୁଡି ବଜାରରେ ଜବର ଦଖଲ ଉଚ୍ଛେଦ କରାଯିବା ସହିତ ରାସ୍ତା କଡରେ ଥିବା ବହୁ ପୁରାତନ ବିଶାଳ କାୟ ବୃକ୍ଷ ଗୁଡିକୁ କଟାଯାଇଥିଲା। ମାତ୍ର ଅଦ୍ୟାବଧି ରାସ୍ତା କାମ ଆରମ୍ଭ କରାଯାଉନଥିବାରୁ। ଏହି ରାସ୍ତା ଉପରେ ନିର୍ଭରଶୀଳ ଶତାଧିକ ଲୋକଙ୍କ ସମେତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନର କର୍ମକର୍ତା ଛାତ୍ରଛାତ୍ରୀ ଅଭିଭାବକ ଓ ସ୍ଥାନୀୟ ଲୋକେ ଏହି ମୁଖ୍ୟ ରାସ୍ତାକୁ ବାଦ ଦେଇ ଗ୍ରାମାଞ୍ଚଳ ରାସ୍ତା ଉପରେ ନିର୍ଭରଶୀଳ ହେଉଛନ୍ତି। ବର୍ଷା ଦିନ କାରଣରୁ ଏହି ରାସ୍ତାରେ ଯାତାୟତ ଏବେ ଅସମ୍ଭବ ପ୍ରାୟ। ଦୀର୍ଘଦିନ ଧରି ଏହି ରାସ୍ତାକୁ ମରାମତି କରାନଯିବା କାରଣରୁ ଏହାକୁ ପ୍ରତିବାଦ ଜଣାଇ ଗତ ସୋମବାର ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସୋର କଂଗ୍ରେସ ତରଫରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାସ୍ତା କାର୍ଯ୍ୟ ଆରମ୍ଭ ନ ହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ମାନେ କହିଥିଲେ। ତିନିଦିନ ଧରି ଧାରଣା ଦେବା ପରେ ଆଜି ପୂର୍ବାହ୍ଣରେ ପୂର୍ତ୍ତ ବିଭାଗର ଉପଖଣ୍ଡ ଅଧିକାରୀ ଶୁଶ୍ରୀ ସଂଗୀତା ସାହୁ ସହକାରୀ ଯନ୍ତ୍ରୀ ସନାତନ ନାୟକ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ସହିତ କ୍ଷେତ୍ର ପରିଦର୍ଶନ କରି ରାସ୍ତା ରେ ଜମିଥିବା ପାଣି ନିଷ୍କାସନ କରିଥିଲେ। କିନ୍ତୁ ବର୍ଷା କାରଣରୁ କାର୍ଯ୍ୟ ରେ ବାଧା ହେଉଥିବାରୁ ଆଉ କିଛି ଦିନ ମଧ୍ୟରେ ରାସ୍ତା କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ରାସ୍ତା କାମ ହୋଇନଥିବାରୁ ଧାରଣା ସ୍ଥଳରେ କଂଗ୍ରସ କର୍ମୀ ମାନେ ଧାରଣାରେ ବସି ଥିଲେ। ଏଥିରେ ସୋର ନଗର ସଭାପତି ରାଜେନ୍ଦ୍ର ମହାନ୍ତି,ବ୍ଲକ ସଭାପତି ଶ୍ରୀକାନ୍ତ ଜେନା,ବ୍ଲକ ଯୁବ ସଭାପତି ଅଭିଳାଷ ବାରିକ,ନଗର ଯୁବ ସଭାପତି ଲଲାଟେନ୍ଦୁ ପଣ୍ଡା ,ଅତସୀ ମହାପାତ୍ର, ରାଜେଶ ମହାପାତ୍ର,ନିଶାକର ମହାନ୍ତି,ଯୋଗେନ୍ଦ୍ର ଜେନା,ସତ୍ୟନାରାୟଣ ମହାପାତ୍ର, ପ୍ରଦୀପ ଦାସ,ମନୋଜ ମଣ୍ଡଳ ପ୍ରମୁଖଙ୍କ ସମେତ ଅନେକ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ।

Post a Comment