ଜଳେଶ୍ବର,୧୭/୭(ଜଗନ୍ନାଥ ଗୋଛାୟତ)ଜଳେଶ୍ୱର ବ୍ଲକ ଅଧିନ ସୀମାନ୍ତ ନଛିମ ପୁର ଗ୍ରାମରେ ସୁଶୀଲ ମାହାନ୍ତି ବଗିଚାରେ ଏକ ସଂଗେ ଫୁଟିଛି ଦୁର୍ଲଭ ବ୍ରହ୍ମ କମଳ ଫୁଲ। ସ୍ୱୟଂ ବ୍ରହ୍ମାଙ୍କ ନାଭିରେ ଏହି ପୁଷ୍ପ ଶୋଭା ପାଉଥିବା ପୁରାଣ ବର୍ଣ୍ଣିତ ଅଛି ।ଶ୍ରୀ ମହାନ୍ତି ଓ ତାଙ୍କ ପୁଅ ବଗିଚାରେ ବହୁ ମୂଲ୍ୟବାନ ଫୁଲ ଫଳ ଚାରା ରୋପଣ କରିଥିବା ବେଳେ ୫ଶହ ଟଙ୍କାରେଏହି ଚାରାକୁ ୩ବର୍ଷ ତଳେ କ୍ରୟ କରିଥିଲେ। ରବିବାର ସନ୍ଧ୍ୟା ସମୟରୁ ଫୁଲ ଫୁଟିବା ଆରମ୍ଭ ହୋଇ ରାତ୍ରୀ ୧୦ଟା ବେଳକୁ ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ ହୋଇଥିଲା। ୭ଟି କଢ ଆସିଥିବା ବେଳେ ୫ଟି ପ୍ରସ୍ଫୁଟିତ ଫୁଲକୁ ଇଶ୍ୱରଙ୍କ ଆଶିର୍ବାଦ ବୋଲି ବିଶ୍ୱାସ କରି ଗଛକୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ବ ମାନସିକ ଅନୁସାରେ ଫୁଲ ଗୁଡ଼ିକୁ ତୋଳି ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ ଜିଉଙ୍କୁ ଅର୍ପଣ କରିଥିବା ପୁଅ ରାକେଶ ମାହାନ୍ତି କହିଛନ୍ତି

Post a Comment