ଆମ ଗାଁ ଆମ ବିକାଶ ଏକ ପ୍ରହସନ ବାଣିଦା ଗ୍ରାମ ତାର ଉଦାହରଣ


ଜଳେଶ୍ଵର ତା ୧୬/ ୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ପଞ୍ଚାୟତ ସମିତି ଅଧିନସ୍ଥ ଶୂଗୋ ପଞ୍ଚାୟତ ର ବାଣିଦ ଗାଁ ରେ ବିକାଶ ଅପହଞ୍ଚ । ସ୍ଵାଧୀନତା ର ୭୫ ବର୍ଷ ଓ ରାଜ୍ୟର ବିଜେଡି ଶାସନ ର ୨୩ ବର୍ଷ ପରେ ଏହି ଗାଁ ର ଲୋକ ମାନଙ୍କ ଅବସ୍ଥା କହିଲେ ନସରେ । ବର୍ଷା ଦିନରେ ଯାତାୟାତ ର ସମସ୍ୟା ଲୋକଙ୍କ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଆଣେ । କୌଣସି ଗାଁ କୁ ରାସ୍ତା ଟେ ନାହିଁ । ବର୍ଷା ଦିନରେ ପିଲାମାନେ ସ୍କୁଲ ଯିବା ସମ୍ଭବ ହୁଏ ନାହିଁ । ଗାଁ ର ଆଉ ଏକ ସମସ୍ୟା ହେଉଛି ଜଳ ବନ୍ଦୀ । ବର୍ଷା ଦିନରେ ମେଦିନପୂର୍ ଓ ଜଳେଶ୍ୱର ପଟରୁ ପାଣି ଆସି ଏହି ଗାଁ ନିକଟରେ ଜମା ହୁଏ ବାଣିଦା ଖାଳ ଏହି ଗାଁ ନିକଟରେ ଶେଷ ହୋଇ ଯାଇଛି । ଏହି ଗାଁର ବଳକା ପାଣି ନିଷ୍କାସିତ ହୋଇ ପାରେ ନାହିଁ । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି ।ମାସ ମାସ ଧରି ପାଣି ନିଷ୍କାସିତ ହୋଇ ନପାରିବା ଯୋଗୁଁ ଶହ ଶହ ଏକର ଜମି ପଡ଼ିଆ ପଦେ । ଆବାସ ଯୋଜନାରେ ଘର ଅନେକ ଲୋକଙ୍କ ପାଇଁ ଆକାଶ କଇଁଆ ସଦୃଶ । ୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଏହି ଗାଁ ସବୁ କ୍ଷେତ୍ରରେ ଅବହେଳିତ । ବିଜେଡି ସରକାର ଙ୍କ ତଥା କଥିତ ବିକାଶ ଏବଂ ଆମ ଗାଁ ଆମ ବିକାଶ ଯୋଜନା ଏଠାରେ ଏକ ପ୍ରହସନ ପାଲଟିଛି । କଂଗ୍ରେସ ର ରାଜ୍ୟ ପ୍ରବକ୍ତା ତଥା ଜଳେଶ୍ଵର ର ନେତା ଗତ ୧୫ ତାରିଖରେ ଏହି ଗାଁ କୁ ପରିଦର୍ଶନ ରେ ଯାଇ ଗାଁ ର ବିଭିନ୍ନ ସାହି ବୁଲୁଥିଲେ । ଏହି ଗାଁ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏକ ରାସ୍ତା କାମର ଅବ୍ୟବସ୍ଥା ଦେହି ଶ୍ରୀ ଦାସ ବିଭାଗର ଏସ ଡି ଓ ଶ୍ରୀ ଅବନୀ ରାଉତ ଓ ଠିକାଦାର ଶ୍ରୀ ସୁବ୍ରତ ପଣ୍ଡା ଙ୍କୁ ଗାଁ କୁ ଡ଼କାଇଥିଲେ ଏବଂ ରାସ୍ତା କାମ କୁ ଶୀଘ୍ର ଶେଷ କରିବା ସହିତ କାମ ର ମାନ ଠିକ୍ ରଖିବାକୁ ତାଗିଦ୍ କରିଥିଲେ । ଏହା ସହିତ ବlଣିଦା ବଣ ସାହି ଠାରୁ ଆଲାଲପୂର୍ ପର୍ଯ୍ୟନ୍ତ ରାସ୍ତା କୁ ନବୀକରଣ ପାଇଁ ଅନୁରୋଧ କରିଥିଲେ । ଶ୍ରୀ ଦାସଙ୍କ ସହିତ କିଶାନ କଂଗ୍ରେସର ସଭାପତି ସୁଦାମ ପାତ୍ର ,ପଞ୍ଚାୟତର କଂଗ୍ରେସ ନେତା ଯଥା ତ୍ରିଲୋଚନ ନାୟକ, ଅକ୍ଷୟ ନାୟକ, ଉମାଶଙ୍କର ମହାପାତ୍ର, ଗୌତମ ଦାସ, ପ୍ରଦୀପ ଦାସ, ସତ୍ୟ ରଞ୍ଜନ ଆଚାର୍ଯ୍ୟ, ଉମାକାନ୍ତ ଦଳାଇ, ଦିଲ୍ଲୀପ ଦାସ,ବସନ୍ତ ମହାନ୍ତି, ନିର୍ମଳ ଦାସ, ୱାର୍ଡ ସଭ୍ୟ ସଂଜୀବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post