ଜଳେଶ୍ବର,୧୬/୭(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ପୌରାଞ୍ଚଳ ନୂଆଵଜାର ଠାର ୪୫ନମ୍ୱର ଉଡନ୍ତା ରେଳ ପୋଲ ନିର୍ମାଣଧୀନ ରହିଛି।୨୦୧୮ରୁ କାର୍ଯ୍ୟାଦେଶ ହୋଇ ୨୦୨୨ରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଅବଧି ଓ ବ୍ୟୟ ବରାଦ ବଢ଼ି ବଢ଼ି ଚାଲିଛି। ଏହି ରେଳ ପୋଲର ନିର୍ମାଣ କାର୍ଯ୍ୟ ଜାଜପୁର ରୋଡର ଆଶିର୍ବାଦ କୋମ୍ପାନୀ ହାତରେ ରହିଅଛି । କିନ୍ତୁ ପୋଲର ଦୁଇ ପଟ ଅପ୍ରୋଚ ରୋଡ଼ ଓ ଡ୍ରେନର ନିର୍ମାଣ କାର୍ଯ୍ୟ ଫର୍ଚ୍ୟୁନ ନାମକ ଏକ କମ୍ପାନୀ କରୁଛି । ପୋଲ ପାଖରୁ ଏନ୍ ଏଚ ୬୦ ପର୍ଯ୍ୟନ୍ତ ୩୯୩,୧୯ ମିଟର ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ କଛପ ଗତିରେ ହେଉଥିବା ଦେଖାଯାଇଛି। ଏହି ବ୍ୟସ୍ତ ବହୁଳ ୫୭ନମ୍ୱର ରାଜ୍ୟ ରାଜପଥ ପାର୍ଶ୍ବରେ ମହିଳା ମହାବିଦ୍ୟାଳୟ ଓ ହସ୍ପିଟାଲ୍ ଥିବାରୁ ସଦାବେଳେ ଟ୍ରାଫିକ ଜାମ୍ ହୋଇ ଛୋଟ ମୋଟ ଦୁର୍ଘଟଣା ମାନ ଘଟୁଅଛି ।ବିଶେଷ କରି ଅପ୍ରୋଚ ରୋଡରେ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି । ସାଧାରଣତଃ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ଘରୋଇ ନିର୍ମାଣ ରେ ଖାଲୁଆ ସ୍ଥାନରେ ବାଲି ଭର୍ତ୍ତି କରାଯାଇଥାଏ । କିନ୍ତୁ ବାଲିର ଘୋର ଅଭାବ ଓ ମୂଲ୍ୟବୃଦ୍ଧି ଯୋଗୁଁ କମ୍ପାନୀ ଦୁଇ ପଟରେ ଥିବା,ପୁରୁଣା ନାଳରୁ ଖୋଳା ହୋଇଥିବା କର୍ଦ୍ଧମାକ୍ତ ଜରି କାଗଜ ଯୁକ୍ତ ଅପରିଷ୍କାର ମାଟିକୁ ଅପ୍ରୋଚ ରୋଡ଼ ଖାଲୁଆ ରାସ୍ତାରେ ଭର୍ତ୍ତି କରୁଛି। ରାସ୍ତାର ମୋଟେଇ ଓ ବାଲି,ମାଟି କଂକ୍ରିଟର ପରସ୍ତକୁ ନିରିର୍କ୍ଷଣ କରିବା ଲାଗି କୌଣସି ପୂର୍ତ୍ତ ବିଭାଗ ଅଧିକାରୀ ନିର୍ମାଣ ସ୍ଥାନରେ ଉପସ୍ଥିତ ରହୁ ନାହାନ୍ତି।ଏ ବାଵଦର ପୂର୍ତ୍ତ ବିଭାଗ ସହକାରୀ ଇଞ୍ଜିନିୟର ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ବାଲି ବଦଳରେ ଏହି ମାଟିର ବ୍ୟବହାର ସଡକ କୁ ଅଧିକ ଶକ୍ତ ଓ ସୁଦୃଢ଼ କରିବ ବୋଲି କହିଛନ୍ତି। ଏପରିକି ନାଳ ନର୍ଦ୍ଦମାରୁ ଉଠାଯାଇଥିବା,ପୁରୁଣା ମାଟି ଏହି ରାସ୍ତା କାର୍ଯ୍ୟରେ ବ୍ୟବହୃତ ହେଉନାହିଁ। ପ୍ରଶ୍ନ ଉଠୁଛି ଦୁଇ ପଟରେ ଖୋଳା ଯାଇଥିବ ପଙ୍କୁଆ ଶହଶହ ଟ୍ରିପ ମାଟି ବ୍ୟବହାର ନ ହୋଇ କୁଆଡେ ଗଲା ତାର ଅସମାହିତ ଉତ୍ତର ସନ୍ଦେହ ସୃଷ୍ଟି କରୁଛି। ସନ୍ଧ୍ୟା ସମୟରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଏହି ଅପ୍ ମିଶ୍ରିତ ମାଟି ମେଲେଇଵା କାର୍ଯ୍ୟ ହେଉଅଛି ।ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ବାବଦରେ ନିରିର୍କ୍ଷଣ ଓ ତଦନ୍ତ କରିବା ସହିତ ବିହିତ ପଦକ୍ଷେପ ନେବାକୁ ସହର ବାସୀ ଦାବି କରିଛନ୍ତି।

Post a Comment