ମୋ ଘର ଯୋଜନା ର ହିତାଧିକାରୀଙ୍କୁ ଘର ଋଣ ଚେକ ପ୍ରଦାନ


ଭବାନୀପାଟଣା ୧୩/୦୭ (ଶ୍ୟାମସୁନ୍ଦର ମାଝୀ) ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଗରିବ ଓ ନିମ୍ନମଧ୍ୟବିତ୍ତର ପରିବାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଘୋଷଣା କରାଯାଇଥିବା “ ମୋ ଘର” ଯୋଜନା ର ପ୍ରଥମ ପର୍ଯ୍ୟାୟ ଋଣ ପ୍ରଦାନ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ଵେଷା ରେଡ୍ଡୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ହିତାଧିକାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ରୂପେ ୧ ଲକ୍ଷ ଋଣ ଚେକ ପ୍ରଦାନ କରାଗଲା । ଜିଲ୍ଲା ର ୮ ଟି ବ୍ଲକ ଯଥା ଥୁଆମୂଳ ରାମପୁର , କେସିଙ୍ଗା, କର୍ଲାମୁଣ୍ଡା, ମଦନପୁର ରାମପୁର , କୋକସରା, ଭବାନୀପାଟଣା, ନର୍ଲାର ୨୪ ଜଣ ହିତାଧିକାରୀଙ୍କୁ ପ୍ରତ୍ଯେକଙ୍କୁ ମୋଟ ଅନୁମୋଦନ ଋଣ ୩ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ଚେକ ପ୍ରଦାନ କରାଗଲା । ଏହି ଯୋଜନାରେ ମାସିକ ୨୫ ହଜାର ରୁ କମ ଆୟ କରୁଥିବା ପରିବାର ନିଜର କଚ୍ଚା ଘରକୁ ପକ୍କା କରିପାରିବେ , ଘରର ନିର୍ମାଣ , ସଂପ୍ରସାରଣ , ସମ୍ପୂର୍ଣକରଣ , ଉନ୍ନତୀକରଣ କରି ପାରିବେ । ପ୍ରତ୍ଯେକ ଋଣ ଅର୍ଥ ରାଶି ଉପରେ ସରକାର ମଧ୍ୟ ସବସିଡି ଦେଉଛନ୍ତି । ୧ ଲକ୍ଷ , ୧.୫ ଲକ୍ଷ , ୨ ଲକ୍ଷ , ୩ ଲକ୍ଷ ଟଙ୍କା ରୁ ଏସ.ସି -ଏସ.ଟି ଓ ଭିନ୍ନକ୍ଷମ ପରିବାର ଯଥାକ୍ରମେ ୪୦,୦୦୦/- , ୫୫,୦୦୦/-, ୭୦,୦୦୦/- , ୭୦,୦୦୦/- ଏବଂ ସାଧାରଣ ପରିବାର ୩୦,୦୦୦/- , ୪୫,୦୦୦/- , ୬୦,୦୦୦/- ଓ ୬୦,୦୦୦/- ସବସିଡି ପାଇ ପାରିବେ । ଏହି ଋଣ ଚେକ ପ୍ରଦାନ ସମାରୋହରେ ଅତିରିକ୍ତ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଏ.ପି.ଡି.ଆର.ଏଚ. ଅମୂଲ୍ୟ ବାଉଲ, ଡି.ଆଇ.ପି.ଆର.ଓ ମନୋଜ ବେହେରା , ସମସ୍ତ ବି.ଡି.ଓ , ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂ, ଏସ.ବି.ଆଇ , ଇଣ୍ଡିଆନ ବ୍ୟାଙ୍କର ମ୍ୟାନେଜର , ହିତାଧିକାରୀ ଓ ଜିଲ୍ଲା ପରିଷଦ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Post a Comment

Previous Post Next Post