ସାହାଜଖୋଲ ଜଙ୍ଗଲରେ ପଶିଲା ଦନ୍ତା


ଭବାନୀପାଟଣା ୧୪/୭, (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନବିଭାଗ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ପଶିଥିବା ଧର୍ମଗଡ ବନ୍ ବିଭାଗ ସୂଚନା ପାଇଛି । ଏହି ହାତୀଟି ପଡୋଶୀ ନବରଙ୍ଗପୁର ଜିଲ୍ଲାରୁ ଗୋଠାଚଡା ହୋଇ ଆସିଥିବା ଜଣାପଡ଼ିଛି। ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କଅଁର ଙ୍କ ନେତୃତ୍ବରେ ଅଧିକାରୀମାନେ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ନଥିବା ଜଣାଯାଉଚି । ସୂଚନାନୁସାରେ ,କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟର ହାତୀ ପଲ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୁ ଚାଲି ଯାଇଥିଲେ । ନବରଙ୍ଗପୁର ବନ ବିଭାଗ ହାତୀ ପଲକୁ ପୁନର୍ବାର କର୍ଲାକୋଟ , ଅଭୟାରଣ୍ୟକୁ ଘଉଡାଇ ଦେଇଥିଲେ।ଦଳର ଏକ ଦନ୍ତା ବାଟ ଭୁଲି ରହି ଯାଇଥିବା ଜଣାପଡ଼ିଛି। ଗୁରୁବାର ଆମପାଣି ବନପାଳ ମନିଷା ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ସାହାଜଖୋଲ ସଂରକ୍ଷିତ ନିକଟବର୍ତ୍ତି ଗାଆଁ ଲେଖାଆମ୍, ସର୍ଗିପାନି,ନୂଆଗାଁ, ଝୁଲେନବର, କନ୍ଦାବନ୍ଦ୍ , କୁଟରୁ ଗାଁ କୁ ଯାଇ ଗାଆଁ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରିଛନ୍ତି ।

Post a Comment

Previous Post Next Post