ରାଇବଣିଆ (ଆଲୋକ ଚନ୍ଦ୍ର ଘଡେଇ) ଜଳେଶ୍ଵର ଥାନା ଅଂଚଳରେ ନାବାଳିକାକୁ ଦୁଷ୍କର୍ମର ଭିଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ନାବାଳକକୁ ଗତ କାଲି ବିଳମ୍ବିତ ରାତିରେ ଉଠାଇଆଣିଛି ଜଳେଶ୍ୱର ପୋଲିସ।ସୂଚନା ଅନୁସାରେ ଜଳେଶ୍ଵର ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଭିଡିଓ ଭାଇରଲ ଘଟଣାରେ ଗତ କାଲି ପୀଡିତା ଙ୍କ ମାଙ୍କ ଥାନାରେ ଅଭିଯୋଗ ପରେ ପୋଲିସ ଜଣେ ନାବାଳକକୁ ଉଠାଇ ଆଣିଛି।ତେବେ ଘଟଣାର ଚାରି ଦିନ ପରେ ଭିଡିଓ ଦେଖି ପୀଡିତାର ମା ଘଟଣାରେ ସମ୍ପୃକ୍ତ ଯୁବକ ଘରକୁ ପଚାରିବାକୁ ଯାଇ ଥିବା ବେଳେ ଯୁବକଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।ତେବେ ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଘଟଣାରେ ଜଡିତ ଯୁବକକୁ ଉଠାଇ ଆଣିଲା ପରେ ସେ ନାବାଳକ ବୋଲି ଜଣାପଡିଥିଲା।ନାବାଳକକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ନାବାଳକକୁ ୩୧୮/୨୩ ମାମଲା ମୂଳେ ଅନୁଗୁଳ ସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯିବ ବୋଲି ଜଣାପଡିଛି।
ନାବାଳିକାର ଦୁଷ୍କର୍ମ ଭିଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ନାବାଳକକୁ ଉଠାଇଆଣିଲା ପୋଲିସ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment