ଏନଡିୟୁଯେ ର ସାଧାରଣ ବୈଠକ, ନୂତନ କର୍ମକର୍ତ୍ତା ର ଚୟନ, ପୂନର୍ବାର ସଭାପତି ହେଲେ ସୁଶାନ୍ତ କର


ନୂଆପଡା ୦୯/୭ (ଆଜତକ୍ ଓଡ଼ିଶା) ଓଡିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ (ଓୟୁଜେ) ର ନୂଆପଡା ଶାଖା ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ର ଆଜି ତିଖାଲି ସ୍ଥିତ ଡାକ ବଙ୍ଗଳା ରେ ସାଧାରଣ ବୈଠକ ଅବସର ରେ ନିର୍ବାଚନ ସମ୍ପର୍ନ୍ନ ହୋଇଛି । ଯେଉଁଥିରେ ଓୁୟୁଜେ ରାଜ୍ୟ ସଂଘ ର ସଦାସିବ ସାରାଫ୍ ଓ ସୁରେଶ କୁମାର ଦାସ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହି ନିର୍ବାଚନ କୁ ସଫଳ ମଣ୍ଡିତ କରିଥିଲେ । ସୁଶାନ୍ତ କର ସଂଘ ସଭାପତି ହୋଇଥିବା ବେଳେ ଯୁଗଳ କିଶୋର ମହାନନ୍ଦ ସଂପାଦକ । ଏହାସହ ଉପ ସଭାପତି ଭାବରେ ନୂଆପଡା ପାଇଁ ରାଜ କିରଣ ସିଂ ଦେଓ,କୋମନା ରଞ୍ଜିତ ପଣ୍ଡା,ଖଡିଆଳ ଓମ ପ୍ରକାଶ ଅଗ୍ରୱାଲ,ସିନାପାଲି ଗୟାରାମ ମେହେର ଓ ବୋଡେନ ବ୍ଲକ ପାଇଁ ନିଳମଣୀ ପଣ୍ଡା ମନୋନିତ ହୋଇଛନ୍ତି । ସହ ସମ୍ପାଦକ ଭାବରେ ସୁଭ୍ରାଂଶୁ ନାଏକ ,କୋଷାଧ୍ୟକ୍ଷ ଭାବରେ ବିଶିକେସନ ପଣ୍ଡା ,କୋଡିନେଟର ବରିଷ୍ଠ ସାମ୍ବାଦିକ କୁମରମଣୀ ମହାନନ୍ଦ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପୁରୋହିତ ସୁନାନୀ ଓ ଜାତିୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମକାରୁ ବେମାଲ ମନୋନିତ ।

Post a Comment

Previous Post Next Post