ମିଡିଆକିଆର ନୁଆସାହି ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ


ବାଲିଗୁଡା (ଆଜତକ ଓଡିଶା) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନମହୋତ୍ସବ ପ୍ରଧାନଶିକ୍ଷକ ଜଗଦିଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ପୂଜାରୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସ୍ମିତାରାଣୀ ନାୟକ, କିମନ୍ତି ମଳିକ, ସରୋଜିନୀ ମଳିକ, ଖଗପତି ସେଠୀ ପ୍ରମୁଖ ଯୋଗଦେଇ "ଗଛ ଟିଏ ଜୀବନ ଟିଏ" ଉକ୍ତି ରେ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ସଂସାରକୁ ରକ୍ଷା କରିବା ଉଚିତ ବୋଲି କହିଥିଲେ । ପ୍ରଧାନଶିକ୍ଷକ ଶ୍ରଯୁକ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଁଳା, ପିଜୁଳି, ପଣସ, ଶିସୁ, ଆମ୍ବ, କୃଷ୍ଣଚୁଡା, ରାଧାଚୁଡା, ନିମ୍ବ, ଜାମୁ ସମେତ ବିଭିନ୍ନ ବୃକ୍ଷ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

Post a Comment

Previous Post Next Post