ବିଜେପି ମୁଖପାତ୍ରଙ୍କ ସହ ମନକୀ ବାତ୍ ଶୁଣିଲେ ଅଞ୍ଚଳବାସୀ


ବାଲେଶ୍ଵର,୩୦/୭ (ଲକ୍ଷ୍ମୀଧର ବାରିକ) ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅଧିନ ୪ନଂ ଯୋନର ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗାଁରେ ପ୍ରଧାନମନ୍ତ୍ରୀଙ୍କ ୧୦୩ ତମ ମନକୀ ବାତ୍ କାର୍ଯ୍ୟକ୍ରମକୁ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ସହ ଦେଖିଲେ ଅଞ୍ଚଳବାସୀ।ଏହି କାର୍ଯ୍ୟକ୍ରମ ଶ୍ରୀ ଦାସଙ୍କ ନେତୃତ୍ୱରେ ହୋଇଥିବା ବେଳେ ଅଞ୍ଚଳର ବିଜେପି ନେତା ଏବଂ କର୍ମୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ୍ ଶୁଣିଥିଲେ।ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରାଧିକାର ଦେଇ ଓଡ଼ିଶାର କଥାକୁ ମନକୀ ବାତ୍ ରେ ଅଲୋଚନା କରିଥିବାରୁ ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଆଗ୍ରହର ସହ ଶୁଣିଥିଲେ।ମୋଦି ୨୦୧୬ ଓ ୨୦୨୧ରେ ଆମେରିକା ଯିବାପରେ ଶତାଧିକ ପ୍ରାଚୀନ କଳାକୃତି, ସାମଗ୍ରୀ ଭାରତକୁ ଆସିଥିବା ମନକୀ ବାତ୍ ର ୧୦୩ତମ ସଂସ୍କରଣରେ ମୋଦି କହିବା ସହ ଆମେରିକା ସରକାରକୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ମୋଦିଜୀ କହିଛନ୍ତି ଯେ, ଭାରତ ୧୨,୦୦୦କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରାୟ ୧୦ଲକ୍ଷ କିଲୋଗ୍ରାମ ଓଜନର ଡ୍ରଗ୍ସ(ନିଶାଦ୍ରବ୍ୟ) ନଷ୍ଟ କରି ରେକର୍ଡ ସୃଷ୍ଟି କରିଛି, ଏନେଇ ଦେଶର ଯୁବବର୍ଗଙ୍କୁ ସେ ପ୍ରଶଂସା କରିଛନ୍ତି ।ଜନସମୂହ ଭାଗିଦାରି ଓ ସଚେତନତା ପ୍ରସଙ୍ଗରେ ଉତର ପ୍ରଦେଶରେ ରେକର୍ଡ ସଂଖ୍ୟକ ୩୦କୋଟି ଚାରା ରୋପଣ କରାଯାଇଛି।ମୋଦିଜୀ ଦେଶପାଇଁ ସହିଦ୍ ହୋଇଥିବା ଯବାନଙ୍କ ସମ୍ମାନାର୍ଥେ ମେରି ମାଟି ମେରା ଦେଶ ଅଭିଯାନ ଆରମ୍ଭ କରିବେ ବୋଲି ମନକୀ ବାତ୍ ରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଏହି କାର୍ଯ୍ୟକର୍ମରେ ଉପସ୍ଥିତ ଥିବା ବିଜେପି ନେତା ଏବଂ କର୍ମୀମାନେ ସେହି ଗାଁରେ ବୃକ୍ଷରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସମେତ ନହଙ୍ଗ ପଞ୍ଚାୟତ ସମିତିସଭ୍ୟ ଅଜିତ କୁମାର ଦାସ,ପଞ୍ଚାୟତ ପ୍ରମୁଖ ଲମ୍ବୋଦର ଦାସ,ସହ ପ୍ରମୁଖ ପୁର୍ଣ୍ଣଚନ୍ଦ୍ର ପଣ୍ଡା,ୱାର୍ଡସଭ୍ୟ ରମେଶ ଚନ୍ଦ୍ର ଦାସ, ପାର୍ବତୀ ସେଠୀ, ଅଜୟ ବେହେରା,ଦିଲ୍ଲୀପ ପାଣ୍ଡିଆ,ବବୁଲ ମହାନ୍ତି,ଶୁଭେନ୍ଦୁ ପାଣିଗ୍ରାହୀ , ରଞ୍ଜନ ବେହେରା,ରାକେଶ ବେହେରା,ସଞ୍ଜୀବ ପାଣିଗ୍ରାହୀ,ସଞ୍ଜୟ ପଣ୍ଡା,ପ୍ରଦୀପ କୁମାର ନାୟକ,ସନ୍ତୋଷ ଦାସ ପ୍ରମୁଖ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post