ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ


କଣ୍ଟାମାଳ (ମନଧରକର୍ମୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୌରୀ ବେଙ୍ଗେଷ୍ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଜି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦେବରାଜ ମଲିକ, ଶିକ୍ଷକ ସତ୍ୟନାରାୟଣ ସେଠୀ ଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟରାମ କର୍ମୀ, ଅଭିଭାବକ ଦୁଃଶାସନ ମହାକୁଡ଼, ରବିନାରାୟଣ କର୍ମୀ, ସର୍ଜୁ କର୍ଣ୍ଣ, ହେମନ୍ତ ନାଏକ, ରୋହିତ ନାଏକ ପ୍ରମୁଖଙ୍କ ଉପସ୍ଥିତି ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ।

Post a Comment

Previous Post Next Post