୧୫ ନମ୍ବର ୱାର୍ଡ଼ ନହଞ୍ଜରା ଗ୍ରାମରେ ପାଣି ପାଇପ ନଷ୍ଟ ହୋଇଥିବା ସ୍ଥାନ ପରିଦର୍ଶନ କଲେ ନଗରପାଳ।ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଲେ ନଗରପାଳ


ଜଳେଶ୍ଵର ୨୦/୭ (ଜଗନ୍ନାଥ ଗୋଛାୟତ) ତା- ୧୮/୭/୨୦୨୩ ରିଖରେ ଜଳେଶ୍ଵର ନଗରପାଳ ଶ୍ରୀଯୁକ୍ତ ପ୍ରତୀପ କୁମାର ପ୍ରଧାନ ଜଳେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୫ ନହଞ୍ଜରା ଆଦିବାସୀ ସାହି ଠାରେ ହୋଇଥିବା ନୂତନ ଡ୍ରେନ ପରିଦର୍ଶନ କରିବାକୁ ଯାଇଥିଲେ। ଆଦିବାସୀ ଭାଇ ଭଉଣୀ ମାନେ ଡ୍ରେନ କାମରେ ପାଣି ପାଇପ ନଷ୍ଟ ହୋଇ ଯାଇ ଥିବାରୁ ପାଣି ପାଇ ପାରୁ ନାହାନ୍ତି ବୋଲି ନଗରପାଳ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଜଣାଇଥିଲେ।ନଗରପାଳ କିଭଳି ଶୀଘ୍ର ପାଣି ପାଇ ପାରିବେ ସେମାନଙ୍କ ସହିତ ଆଲୋଚନା କରି ସଙ୍ଗେ ସଙ୍ଗେ ଜନ ସ୍ଵାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥା ହେବା ସହ ଖୁବ ଶୀଘ୍ର ଏହି କାର୍ଯ୍ୟ ହେବ ବୋଲି ସେମାନଙ୍କୁ କହିଥିଲେ।ଗତ କାଲି ତା-୧୯/୭/୨୦୨୩ ରିଖ ରେ ନଗରପାଳଙ୍କ ନିର୍ଦ୍ଦେଶ କ୍ରମେ କନିଷ୍ଠ ଯନ୍ତ୍ରୀ ଆସି ଡ୍ରେନ ହୋଇ ଥିବା ସ୍ଥାନକୁ ଦେଖି ନଗରପାଳଙ୍କ ସହିତ ଆଲୋଚନା କରିଥିଲେ। ନଗରପାଳ ସଙ୍ଗେ ସଙ୍ଗେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକକ୍ଷ ଯନ୍ତ୍ରୀଙ୍କ ନିକଟକୁ କନିଷ୍ଠ ଯନ୍ତ୍ରୀଙ୍କ ଦ୍ଵାରା ଏକ ଚିଠି ଲେଖି ପଠାଇଥିଲେ ଏବଂ ଏହି କାର୍ଯ୍ୟ ଖୁବ ଶୀଘ୍ର ହେଵ ବୋଲି କହିଥିଲେ।

Post a Comment

Previous Post Next Post