ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ପାଞ୍ଚ ଦିନିଆ ତାଲିମ ଶିବିର


କଳାହାଣ୍ଡି ୨୦/୦୭ (ଶ୍ୟାମସୁନ୍ଦର ମାଝୀ) ବିହଙ୍ଗ ଅନୁଷ୍ଠାନର ପ୍ରୋଜେକ୍ଟ ପ୍ରପୋଜାଲ ଫୋର ଅର୍ଗନାଇଜେସନ ଟ୍ରେନିଙ୍ଗ ୱାର୍କ ସୋପ ଦ୍ଵାରା ୫ଟି ବ୍ଲକର ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ପାଞ୍ଚ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ପି.ପି.ଏଫ. ଟ୍ରେନିଙ୍ଗ ୱାର୍କ ସୋପ ଦ୍ଵାରା କଳାହାଣ୍ଡି ଜିଲ୍ଲାର ୫ଟି ବ୍ଲକର ଶିଶୁମନ୍ଦିର ପ୍ରାଙ୍ଗଣରେ ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, ନର୍ଲା, ଓ ମଦନପୁର ରାମପୁର ଠାରେ ବ୍ଲକର ୫୦ ଟି ଶିକ୍ଷକ ଓ ୧୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ୫ଦିନିଆ ଲେଖାଏଁ ତାଲିମ୍ ଦିଆ ଯାଇଥିଲା । ଏହି ତାଲିମ୍ ଜୁଲାଇ ୩ରୁ ୧୮ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା । ଏହି ତାଲିମ୍ କେନ୍ଦ୍ରରେ ବିହଙ୍ଗ ସଙ୍ଗଠନର ନିର୍ଦ୍ଦେଶକ ମିନଶ୍ରୀ ମଧୁମିତା ମହାନ୍ତି ଓ ସମ୍ପାଦକ ଦିନବନ୍ଧୁ ଗୁଆଲ ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥିଲେ । ପ୍ରତ୍ୟେକ ବ୍ଲକରୁ ୫୦ଜଣ ଶିକ୍ଷକ ତାଲିମ୍ କେନ୍ଦ୍ରରେ ଯୋଗ ଦେଇଥିଲେ । ସର୍ବମୋଟ୍ ୫ଟି ବ୍ଲକର ୨୫୦ଜଣ ଶିକ୍ଷକଙ୍କୁ ତାଲିମ୍ ଦିଆଗଲା । ଶେଷରେ ୫ଟି ବ୍ଲକର ୫ଟି ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମାନଙ୍କୁ ବିଜ୍ଞାନ କିଟ୍ ଗୁଡ଼ାକ ପ୍ରଦାନ କରାଗଲା ।

Post a Comment

Previous Post Next Post