ନଳକୂପ ଖନନରେ ବ୍ୟାପକ ଅନିୟମିତତା। ବିଡିଓ ଙ୍କ ଠାରେ ଫେରାଦ୍ ହେଲେ ଓ୍ବାର୍ଡସଭ୍ୟ ସହିତ ଗ୍ରାମବାସୀ।


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ବର୍ ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ସାଉଡି ପଞ୍ଚାୟତରେ ସରକାରୀ ଯୋଜନାରେ ବ୍ୟାପକ ହେର ଫେର ଓ ଦୁର୍ନୀତି ହେଉଥିବାର ନଜରକୁ ଆସୁଥିବା ବେଳେ, ଗ୍ରାମବାସୀଙ୍କ ଅଭିଯୋଗ ପରେ କିଛି କାର୍ଯ୍ୟରେ ଅନିୟମିତତା ର ସତ୍ୟତା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟ ବନ୍ଦ୍ ତଥା କେତେକ ପ୍ରଜେକ୍ଟରେ ବିଲ୍ ବନ୍ଦ୍ କରାଯାଇଛି। ତେବେ ସାଉଡି ପଞ୍ଚାୟତର ବିଜେପି ସରପଞ୍ଚ ଧରଣୀଧର ମଲ୍ଲିକ ବିଭିନ୍ନ ସମୟରେ ମେରୀରାୟ ମାଧ୍ୟମରେ ସରକାରୀ ଯୋଜନା ଗୁଡିକ ମନ ଇଚ୍ଛା ଏଣେତେଣେ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥିବା ବେଳେ ଗୋଟିଏ ଭୂମିହୀନ ହରିଜନ ପରିବାରକୁ ସରକାରୀ ଜମିରୁ ଜବରଦସ୍ତ ଉଠାଇବାକୁ ନେଇ ସିଂଲା ଥାନାରେ ମାମଲା ମଧ୍ୟ ହୋଇଛି। ତେବେ ସୂଚନାରୁ ପ୍ରକାଶ ସାଉଡି ପଞ୍ଚାୟତର ପାଞ୍ଚ ନମ୍ବର ଓ୍ବାର୍ଡ ର ବିରେନ୍ ଛକଠାରେ ଲୋକଙ୍କ ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଲୁଣା ଅଞ୍ଚଳ କୁ ଆଖି ଆଗରେ ରଖି ଏକ ଗଭୀର ନଳକୂପ ଖନନ ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ନଳକୂପ ଖନନ ମଧ୍ୟ ଗରାଗଲା। ତେବେ ଦୁଃଖ ପରିତାପର ବିଷୟ ଖନନ ସମୟରେ ନିମ୍ନମାନର ପାଇପ୍ ଲଗାଯିବା ସହ ମାତ୍ର ୪୯୫ ଫୁଟ୍ ଗଭୀରତାକୁ ପାଇପ୍ ଛଡାଯାଇଛି।ଫଳରେ ଲୋକମାନେ ଲୁଣାପାଣି ପିଇବାକୁ ବାଧ୍ୟ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୪୯୫ ଫୁଟ୍ ଗଭୀରତାକୁ ପାଇପ୍ ଛଡାଇ ପାଖାପାଖି ୯୦୦ ଫୁଟ୍ ଗଭୀରତାର ବିଲ୍ କରାଯାଉଥିବା ବେଳେ ନିମ୍ନ ମାନର ପାଇପ୍ ବ୍ୟବହାର କରି ଅଧିକ ମୂଲ୍ୟର ବିଲ୍ ହେଉଛି।ଏବାବଦରେ ବାରମ୍ବାର ସ୍ଥାନୀୟ ସରପଞ୍ଚ ଧରଣୀଧର ମଲ୍ଲିକ ଙ୍କୁ ସଂପୃକ୍ତ ଓ୍ବାର୍ଡ ସଭ୍ୟ ତଥା ଗ୍ରାମବାସୀ କହିଥିଲେ ମଧ୍ୟ ସରପଞ୍ଚ ଠିକାଦାର୍ ସହିତ ମିଶି ଅଭିଯୋଗ କୁ ଗ୍ରହଣ ନକରିବାରୁ ବାଧ୍ୟହୋଇ ଓ୍ବାର୍ଡ ସଭ୍ୟ ଦୋଣା ଙ୍କ ନେତୃତ୍ବରେ ବରେନ୍ଦ୍ର ବେହେରା , ଗୌରାଙ୍ଗ ବେହେରା, ଗିରିଧାରୀ ମଲ୍ଲିକ,ପପୁ ପଟ୍ଟାୟତ୍, ଦ୍ରୋଣାଚାର୍ଯ୍ୟ ପଟ୍ଟା ୟ ତ , ଜ୍ୟୋତି ରଞ୍ଜନ ପଟ୍ଟାୟ ତ ପ୍ରମୁଖ ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ଡା ଙ୍କୁ ଭେଟିବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ତେବେ ଦେଖିବାକୁ ରହିଲା ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପରେ ବେଆଇନ୍ କାର୍ଯ୍ୟ ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ଡା କ'ଣ ନେଉଛନ୍ତି ପଦକ୍ଷେପ୍ ।

Post a Comment

Previous Post Next Post