ବାଲେଶ୍ୱର (ଆଜତକ୍ ଓଡ଼ିଶା) "ଗୁରୁ ପୂର୍ଣିମା" ଅବସରରେ ପୁରୀ ସରସ୍ବତୀ ଆବାସିକ ଶିଶୁବିକାଶ ବିଦ୍ୟାମନ୍ଦିର , ସହଦେବଖୁଣ୍ଟାର ସମସ୍ତ ଛାତ୍ର ଛାତ୍ରୀ ,ଗୁରୁମା ଗୁରୁଜୀ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ଏକତ୍ରିତ ହୋଇ ବିଦ୍ୟାମନ୍ଦିରରେ ମହର୍ଷି ବ୍ୟାସଦେବଙ୍କ ଫଟୋଚିତ୍ର ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ।ଏହି ଅବସର ରେ ବିଦ୍ୟାମନ୍ଦିରର ଶିଶୁ ଭାଇ ଭଉଣୀ ମାନେ "ଗୁରୁ ପୂର୍ଣିମା" ବିଷୟରେ ସମ୍ୟକ୍ ବକ୍ତୃତା ଦେଇ ଥିଲେ। ବିଦ୍ୟାମନ୍ଦିର ସଭାପତି ଶ୍ରୀମତୀ ସନ୍ଧ୍ୟା ରାଣୀ ପୁରି, ଉପସଭାପତି ଜିତେନ୍ଦ୍ର କୁମାର ପ୍ରହରାଜ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଶ୍ମିକାନ୍ତ ପଣ୍ଡା ଶିଶୁ ଭାଇଭଉଣୀ ମାନଙ୍କୁ ଗୁରୁ ପୂର୍ଣିମାର ମହତ୍ତ୍ବ ଓ ଆଜିର ସମାଜରେ ଛାତ୍ର ଛାତ୍ରୀଙ୍କର ଗୁରୁଙ୍କ ପ୍ରତି କର୍ତ୍ତବ୍ଯ ଓ ଗୁରୁଙ୍କର ଛାତ୍ରୀଙ୍କ ପ୍ରତି କର୍ତ୍ତବ୍ଯ ବିଷୟରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ।ଏଥିସହ ସସ୍ମିତା ଜେନା,ଗାୟତ୍ରୀ ପ୍ରହରାଜ, ଶ୍ରେଷ୍ଠା ମାଇତି, ପୂର୍ଣ୍ଣଚନ୍ଦ୍ର ଜେନା, ନିବେଦିତା ମହାପାତ୍ର, କବିତା ମଞ୍ଜରୀ ପ୍ରଧାନ, ଜଗନ୍ନାଥ ଦାସ ,ରଞ୍ଜିତା ଗୁରୁମା ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। ବିଦ୍ୟା ମନ୍ଦିରର ସହ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦନ କୁମାର ଗିରି ମଧ୍ୟ ଉପସ୍ଥିତ ଥିଲେ।

Post a Comment