୬ କେଜି ଗଞ୍ଜେଇ ଜବତ ଜଣେ କୋଟ ଚାଲାଣ


ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ଠାରେ ଗତ ବୁଧବାର ଦିନ ସକାଲରେ ସିନାପାଲି ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଲେ ଜଣଙ୍କୁ ଗିରଫ କରି ୬ କେଜି ଗଞ୍ଜେଇ ଜବତ କରିଥିବା ବେଲେ କୋଟ୍ ଚାଲାଣ କରିଛି। ଗିରଫ୍ ଅଭିଯୁକ୍ତ ଜଣକ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କରଲାମାଲ ଗ୍ରାମ ର ଗୋବର୍ଦ୍ଧନ କୁମ୍ଭାର (୩୨)। ସୁଚନା ଅନୁସାରେ ଗତ ବୁଧବାର ଦିନ ସକାଲ ୭ ଘଣ୍ଟା ସମୟରେ ସିନାପାଲି ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଙ୍ଗ କରୁଥିବା ବେଲେ ବରଗାଁ ଛକ ଠାରେ ଦୁଇଚକିଆ ବାଇକ ପଲସର ଓଡି ୦୩ ଏମ ୮୦୭୩ ଗାଡିରେ ଜଣେ ବ୍ୟକ୍ତି ଗ୍ରାହକ ଙ୍କୁ ଜଗି ରହିଥିବା ବେଲେ ସିନାପାଲି ଅବକାରୀ ବିଭାଗ ଚଢାଉ କରି କାବୁ କରିଥିଲା। ଅଭିଯୁକ୍ତ ଜଣକୁ ଗିରଫ୍ କରି ତାଠାରୁ ୬ କେଜି ରୁ ଅଧିକ ଗଞ୍ଜେଇ ଜବତ କରି କୋଟ୍ ଚାଲାଣ କରିଥିବା ବେଲେ ସିନାପାଲି ଅବକାରୀ ବିଭାଗ ତରଫରୁ କେସ୍ ନମ୍ୱର ୯୫/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣକ ବେଲ୍ ନାମଞ୍ଜୁର ହେବାରୁ ଜିଲ୍ଲା ଜେଲ ହାଜତ କୁ ପଠାଇ ଦିଆଯାଇଛି। ଏହି ଚଢାଉ ରେ ସିନାପାଲି ଅବକାରୀ ଅଧିକାରୀ ସଚଲା ପାଢ଼ୀ ସମେତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post