ବ୍ଲକ ସ୍ତରୀୟ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଚାରି ଦଫା ଦାବି ନେଇ କଳା ବ୍ୟାଚ ପରିଧାନ

ବାଲେଶ୍ଵର,୧୪/୭ (ଲକ୍ଷ୍ମୀଧର ବାରିକ) ଆଜି ସାରା ଓଡ଼ିଶାରେ ୩୧୪ ଟି ବ୍ଲକରେ ବ୍ଲକ ସ୍ତରୀୟ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଚାରି ଦଫା ଦାବି ନେଇ କଳା ବ୍ୟାଚ ପରିଧାନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି। ଏହାର ପ୍ରଭାବ ସୋର ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ଦାବି ଗୁଡିକ ମଧ୍ୟରେ ଠିକା ସମୟର ୬ ବର୍ଷକୁ ମୂଳ ଚାକିରୀରେ ଗଣନା ସହିତ ୬ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା,ପଦବୀର ନାମ ପରିବର୍ତ୍ତନ କରିବା,କ୍ୟାଡର ର ପୁନର୍ଗଠନ କରିବା ଓ ଗ୍ରେଡ ପେ ୪୨୦୦ କୁ ବୃଦ୍ଧି କରିବା । ଉକ୍ତ ଦାବି ଗୁଡିକୁ ନେଇ ଆଜି ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରାଯିବ ଏହି ସମୟ ମଧ୍ୟରେ ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ସମୂହ କାର୍ଯ୍ୟ ବନ୍ଦ କରି ପ୍ରତି ଜିଲା କୃଷି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଉପସ୍ଥିତ କର୍ମଚାରୀ ମାନେ କହିଥିଲେ। ଏହି ସମୟରେ ସୋର ବ୍ଲକର ଗ୍ରାମ୍ୟ କୃଷି କର୍ମଚାରୀ ରାଜେଶ କୁମାର ଦାସ,ଉଦୟ ନାଥ ଖଟୁଆ,ହରେକୃଷ୍ଣ ରଣା,ସୁରଞ୍ଜନ ମହାନ୍ତି,ପ୍ରଫୁଲ କୁମାର ବେହେରା,ଝରଣା ବେହେରା,ଆଶ୍ରିତା ପାଣିଗ୍ରାହୀ,ଶୁଚିସ୍ମିତା ରଥ ଓ ବିଶ୍ୱନାଥ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post