କଟକଣା ସତ୍ୱେ ଥମୁନି ବାଲି ଚୋରା ଚାଲାଣ : ସେକସରାଇ ସୈରାତରୁ ବ୍ୟାପକ ଉତ୍ତୋଳନ


ଜଳେଶ୍ୱର ୨୪/୭:(ଜଗନ୍ନାଥ ଗୋଛାୟାତ) ଏନ୍ଜିଟିର ଛାଟ ଓ ପ୍ରସାନୀକ କଟକଣା ସତ୍ୱେ ସୁବର୍ଣ୍ଣରେଖା ନଦିର ସେକସରାଇ(କ) ବାଲି ସୈରାତରୁ ଚୋର ଚାଲାଣ ଥମୁ ନାହିଁ । ବରଂ ରାତ୍ରିକାଳରେ ଏହା ଅଧିକ ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ, ସୁବର୍ଣ୍ଣରେଖା ନଦୀର ୨୩ଟି ବାଲି ସୈରାତ ଅଦ୍ୟାବଧି ନିଲାମ ହୋଇପାରିନାହିଁ । ଗତ କିଛିବର୍ଷ ଧରି ଏନ୍ଜିଟିର ନିଦେ୍ର୍ଦଶରେ ଏଥିରୁ କେତେକ ସୈରାତରେ ନିଲାମଲାଗି କଟକଣା ମଧ୍ୟ ରହିଛି । କିନ୍ତୁ ବାଲିର ଘୋର ଅଭାବ ଯୋଗୁଁ ପ୍ରାୟ ୫ ଗୁଣା ମୂଲ୍ୟରେ ବାଲି ବିକ୍ରି ହେଉଥିବାର ଲକ୍ଷ୍ୟ ହେଉଛି । ପ୍ରତିଦିନ ରାତି ଓ ଛୁଟିଦିନ ଗୁଡିକରେ ବାଲି ମାଫିଆମାନେ ଅଧିକ ଉଗ୍ର ହେଉଥିବାର ଲକ୍ଷ କରାଯାଉଛି । ଜଳେଶ୍ୱର ତହସିଲ ଅନ୍ତର୍ଗତ ମହମ୍ମଦନଗର ପାଟଣା ଆରଥଆଇ ସର୍କଲ ଅଧିନରେ ଥିବା ସେକସରାଇ (କ) ସୈରାତରୁ ବାଲି ଉତ୍ତୋଳନ ହେଉଥିବାରୁ ଦେଖିବାକୁ ମିଳୁଛି । ନଦୀବନ୍ଧ କଡେକଡେ ଶହ ଶହ ଟ୍ରାକ୍ଟର ବାଲି ପରିବହନ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମେସିନ ସହାୟତାରେ ବାଲି ଉତ୍ତୋଳନ ହେଉଥିବାରୁ ଗୋଟିଏ ଗୋଟିଏ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି । ଟ୍ରାକ୍ଟର ସହାୟତାରେ ନିଆଯାଇ ନଦୀପଠାର ଏକ ଜଂଗଲିଆ ସ୍ଥାନରେ ଠୁଳ କରାଯାଉଛି । ରାତି ଓ ଛୁଟିଦିନରେ ସେଠାରୁ ଅଧିକ ମୂଲ୍ୟକୁ ଅନ୍ୟତ୍ର ବିକ୍ରିଲାଗି ପଠାଯାଉଥିବା ବେଳେ କେତେକ ରାଜସ୍ୱ କର୍ମଚାରୀ ଜାଣି ଅଜଣା ହେଉଛନ୍ତି । ଏ ସଂପର୍କରେ ମହମ୍ମଦନଗରପାଟଣା ଆର୍ଆଇଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲା ବେଳେ ସମ୍ଭବ ହୋଇପାରିନାହିଁ ।

Post a Comment

Previous Post Next Post