ଆଦିବାସୀ ମହିଳାଙ୍କୁ ବଳତ୍କାର ଉଦ୍ୟମର ପିଡିତାଙ୍କୁ ମିଳିନି ନ୍ୟାୟ : ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ


ଜଳେଶ୍ୱର ୨୪/୭(ଜଗନ୍ନାଥ ଗୋଛାୟତ) ମାସ ପୂର୍ବେ ଜଣେ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର, ବଳାତ୍କାର ଓ ଅସଦାଚରଣ ଅଭିଯୋଗରେ ଜଣେ ପିଡିତାଙ୍କୁ ଅଦ୍ୟାବଧି ନ୍ୟାୟ ମିଳିନଥିବାରୁ ଆଜି ଆଦିବାସୀ ସେଙ୍ଗଲ ପାର୍ଗାଣା ସଂଗଠନ ପକ୍ଷରୁ ଜିଳାପାଳ ଓ ପୁଲିସ୍ ଅଧ୍ୟକ୍ଷକଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ଅନ୍ୟଥା ଆଦିବାସୀଙ୍କ ମେଳି ଆନେ୍ଦାଳନାତ୍ମାକ ପନ୍ଥ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି । ଘଟଣାରୁ ପ୍ରକାଶ, ଗତ ନୂଆବର୍ଷ ଅବସରରେ ତା ୨-୧-୨୩ ରାଇବଣିଆ ଥାନାର ତେନ୍ତୁଳା ଗାଁରେ ଜଣେ ଆଦିବାସୀ ଯୁବତୀଙ୍କୁ କିସୁନ ବେସ୍ରା (୨୩) ଅସଦାଚରଣ, ଦୁର୍ବ୍ୟବହାର, ଟଣା ଓଟରା ଓ ବଳାତ୍କାର ଉଦ୍ୟମ କରିଥିଲେ । ଫଳରେ ତାଙ୍କ ସମ୍ପର୍କୀୟ ଦୁଲାରି ମାର୍ଣ୍ଡି ବିରୋଧ କରିବାରୁ କେତେକ ଯୁବକ ତାଙ୍କୁ ମାରପିଟ ଓ ତଣ୍ଟିଚିପି ହତ୍ୟାକରିବା ଉଦ୍ୟମ ସଂପର୍କରେ ରାଇବଣିଆ ଥାନାରେ ଅଭିଯୋଗ ହୋଇଥିଲା । ୬ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହେବାରୁ ପିଡିତାଙ୍କ ସଂପର୍କୀୟ ଓ ମାମୁଁଙ୍କୁ ଅଭିଯୁକ୍ତ ମାନେ ବାନ୍ଧି ମାରପୁଟ କରିବା ସହ ଏକ କଂଗାରୁ କୋର୍ଟରେ ୧ଲକ୍ଷ ଟଙ୍କା ଯୋରିମାନା କରିଥିଲେ । ଏ ସଂପର୍କରେ ସଭିଶେଷ ଭାବେ ୮-୨-୨୩ରେ ଜଳେଶ୍ୱର ଏସ୍ଡିପିଓଙ୍କୁ ଲିଖିତଭାବେ ପିଡିତାଙ୍କ ପରିବାରରୁ ଦିଆଯାଇଥିଲା । ପିଡିତା ଓ ଅଭିଯୁକ୍ତ ଦୁଇଗ୍ରାମବାସୀଙ୍କ ମଧ୍ୟରୁ କେତେକ ବ୍ୟକ୍ତି ସମାଧାନ ବ୍ୟବସ୍ଥା କରିଥିଲେ ମଧ୍ୟ ଅଦ୍ୟାବଧି ତାହା ହୋଇପାରିନାହିଁ । ତେଣୁ ଆଜି ଆଦିବାସୀ ସେଙ୍ଗଲ ପାର୍ଗାଣା ସଂଗଠନ ପକ୍ଷରୁ ଆଜି ରେମୁଣାଠାରେ ଜିଲାପାଳ ଅଭିଯୋଗ ଶୁଣାଣୀ ଥିବାରୁ ସେମାନେ ସେଠାରେ ଭେଟି ନ୍ୟାୟ ଚାହିଁଛନ୍ତି । ଜୋନାଲ ସେଙ୍ଗଲ ପାର୍ଗାଣା ସଂଗଠନ ର ମୁଖ୍ୟ ମାଧବ ମୁର୍ମୁ, ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, ନିରଞ୍ଜନ ମାର୍ଣ୍ଡି ପ୍ରଭାକର ହାଁସଦା, ଶାନ୍ତିଲାତା ମାର୍ଣ୍ଡି, ସଂଖାଲ ମାର୍ଣ୍ଡି ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ । ଜିଲାପାଳ ଓ ପୁଲିସ୍ ଅଧିକ୍ଷକ ଏ ସଂପର୍କରେ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Post a Comment

Previous Post Next Post