ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ସାପ୍ତାହିକ ହାଟରେ ଅସରାଏ ବର୍ଷାରେ କାଦୁଅ ପଚ ପଚ ହେଉଥିବା ଅଭିଯୋଗ ହେଉଛି । ସୂଚନା ମତେ ଏହି ସାପ୍ତାହିକ ହାଟରେ ୬/୭ ଟି ପଞ୍ଚାୟତର ୫୦ରୁ ଉଦ୍ଧ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ସପ୍ତାହର ସୋମବାର ଦିନ ହାଟ ବସୁଥିବାରୁ ଅଞ୍ଚଳର ଲୋକେ ନିତ୍ୟ ବ୍ୟବହାର ଜିନିଷ ପତ୍ର ବା ତାଜା ପାନୀ ପରିବାର କିଣି ଖାଇବା ପାଇଁ ଆସିଥାନ୍ତି । ବହୁତ ପୁରାତନ ସାପ୍ତାହିକ ହାଟ ହୋଇଥିଲେ ମଧ୍ୟ୍ୟ ସିମେଟ ଚଟାଣ ବ୍ୟବସ୍ତା ଠିକ ନାହିଁ କିମ୍ବା ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଛାତ ଘର ଖଣ୍ଡିଏ ନାହିଁ । ସରକାର ସାପ୍ତାହିକ ହାଟ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଦର୍ଶ ହାଟରେ ପରିଣତ କରୁଛନ୍ତି ହେଲେ ବହୁ ପୁରାତନ ରଜନା ସାପ୍ତାହିକ ହାଟ ପ୍ରତି କୋଣସି ଅଧିକାରୀ କିମ୍ବା ରାଜନେତାଙ୍କ ବଜାର ପ୍ରତି ନିଘା ନାହିଁ । ଖୁଚୁରା ବ୍ୟାପାରି ବସିବା ପାଇଁ ଚଟାଣ ତିଆରି ହେବା ଦୂରର କଥା ଦୁଇ ବର୍ଷ ହେବ ୪ ଟି ମାର୍କେଟ କମ୍ପପ୍ଲେସ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ । ଯଉ ଠାରେ ହାଟ ବସେ ଅଳ୍ପ ବର୍ଷା ହେଲେ କାଦୁଅ ହୋଇ ଯାଉଥିବାରୁ ବେପାରୀ ମାନେ ଘରକୁ ଫେରି ଯାଉଛନ୍ତି । ହାଟରୁ ସଉଦା କିଣିବା ପାଈଁ ଦୂର ଦୁରାନ୍ତ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ପନିପରିବା କିଣି ଘରକୁ ନେଇ ଯିବା ବଦଳରେ ଖାଲି ହାଟରେ ନିରାଶ ହୋଇ ଫେରି ଯାଉଛନ୍ତି । ସାପ୍ତାହିକ ହାଟରେ ବସୁଥିବା ପ୍ରତେକ ବ୍ୟାବସାୟୀଙ୍କ ଠାରୁ ରଜନା ପଂଚାୟତ ଟେକ୍ସ ଆଦାୟ କରୁଛନ୍ତି । ହେଲେ କାହିଁକି ଚଟାଣନିର୍ମାଣ କରୁ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଜୀ ହେଉଛି । ବର୍ଷାର ୩ ମାସ ରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡେ ଆଦିବାସୀ ଅଚଞ୍ଚରେ ସାପ୍ତାହିକ ହାଟ ବସୁଥିବାରୁ ଅଧିକାଂଶ ଲୋକେ ପାଖରେ ଥିବା ହାଟ ଉପରେ ନିର୍ଭର କରି ଦୂର ଦୁରାନ୍ତକୁ ଯିବାକୁ ପଡ଼ୁ ନାହିଁ । ଏ ସବୁ ସମସ୍ୟାକୁ ଦୁଷ୍ଟିରେ ରଖି ସାପ୍ତାହିକ ହାଟ ପ୍ରତି ପ୍ରଶାସନ ଧ୍ୟ୍ୟନ ଦେବା ପାଇଁ ଅଚଞ୍ଚଳ ବାସୀ ଦାବୀ କରିଛନ୍ତି ।

Post a Comment