ପେଟ୍ରୋଲିଙ୍ଗ ବେଳେ ବନ କର୍ମଚାରୀଙ୍କ ଉପରେ ଭାଲୁ ଆକ୍ରମଣ ମୃତ ୩ ଜଣ ଗୁରୁତର


ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲାକୋମନା ରେଞ୍ଜ କୋନାବିରା ପଞ୍ଚାୟତ ବିରୁନପଦର ଗାଁ ବିଜାଖମନ ଜଙ୍ଗଲରେ ପୁଣି ମଣିଷ ମାରିଲା ରକ୍ତମୁଖା ଭାଲୁ । ଗତ ରବିବାର ଦିନ ବାପାଙ୍କୁ ମାରି ପୁଅକୁ ଗୁରୁତର ଘାଇଲା କରିଥିଲା । କୋମନା ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୪ ଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ୪ ଜଣଙ୍କୁ କୋମନା ବନ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ପୋଳିସ କର୍ମଚାରୀ, ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଜଙ୍ଗଲରୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରେରେ ଭର୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସା ଲୟ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପାରା କର୍ମଚାରୀ ସନ୍ତୋଷ ତୁଣ୍ଡିଙ୍କୁ ଡାକ୍ତର ମୃତ୍ର୍ୟୁ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶସିଧର ଟାଣ୍ଡିଙ୍କୁ ଉଚ୍ଚ ଚିକିତ୍ସା ପାଇଁ ରାୟପୁରକୁ ସ୍ଥାନାନ୍ତରିତ କରାଜିଥିବା ବେଳେ ପାରା କର୍ମଚାରୀ ସାଗର ଠେଲା ନୂଆପଡା ଜ଼ିଲ୍ଲା ମୁଖ୍ୟ ଚି଼କିସ୍ୟାଳୟ ରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ଉକ୍ତ ଅଂଚଳରେ ଶୋକର ଛାୟା ଖେଲିଯାଇଥିବାବେଳେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଭାଲୁକୁ ଘଉଡାଇବାପାଇଁ ବିଭିନ୍ନ ଦାବି ନେଇ ଗ୍ରାମବାସୀ ତରଫରୁ 353 ଜାତୀୟ ରାଜପଥ ଅବରୋଧ କରିଥିଲେ । କୋମନା ବିଡ଼ିଓ, ତହସିଲଦାର ଓ ଆଇଆଇସି ଧାରଣା ସ୍ଥଳକୁ ଆସି ବୁଝା ସୁଝା କରିବା ପରେ ରାସ୍ତା ରୋକରୁ ଓହରି ଥିଲେ।

Post a Comment

Previous Post Next Post