ବସ୍ତା (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରେ ଯୁବ କଂଗ୍ରେସ ସଭାପତି ହେଲେ ତୀର୍ଥ କୁମାର ନାଗ (ମୁନା)।ମାର୍ଚ୍ଚ ୧୦ ତାରିଖରୁ କଂଗ୍ରେସ ଦଳର ରାଜ୍ୟ ବ୍ୟାପୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ପଦ ପାଇଁ ଅନଲାଇନ ରେ ଭୋଟିଂ ଆରଂଭ ହୋଇ ଏପ୍ରିଲ ୧୦ ତାରିଖ ରେ ଶେଷ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଦଳ ପକ୍ଷରୁ ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଶ୍ରୀ ନାଗ ୫୯୭ ଖଣ୍ଡ ଭୋଟ ପାଇ ବସ୍ତା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ନାଗ ଏହି ଅବସର ରେ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ବାଲିଆପାଳ କଂଗ୍ରେସ ନେତା ବିଜନ ନାୟକ, ବାଲିଆପାଳ ବ୍ଲକ କଂଗ୍ରେସ ସଭାପତି ସୁରେଶ ସେନାପତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗମୀ ଦିନରେ ବସ୍ତା ନିର୍ବାଚନ ମଣ୍ଡଳୀରେ ଯୁବକ କଂଗ୍ରେସ ସଂଗଠନକୁ ତୃଣ ମୂଳ ସ୍ତରରୁ ମଜବୁତ କରିବେ ବୋଲି ସେ କହିଛନ୍ତି।
ତୀର୍ଥ କୁମାର ନାଗ ବସ୍ତା ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି ନିର୍ବାଚିତ
ଆଜତକ ଓଡ଼ିଶା
0
Post a Comment