ଚିନ୍ମୟୀ ଦାସଙ୍କ ପରଲୋକ


ବାଲେଶ୍ୱର,୧୦/୭ (ଲକ୍ଷ୍ମୀଧର ବାରିକ) ବାଲେଶ୍ୱରର ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ହିମାଂଶୁ ଦାସଙ୍କ ପତ୍ନୀ ଚିନ୍ମୟୀ ଦାସଙ୍କ ପରଲୋକ। ଦୀର୍ଘଦିନ ହେଲା ସେ ରୋଗାଗ୍ରସ୍ତ ଥିଲେ। ଗତକାଲି ଗୁରୁତର ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

Post a Comment

Previous Post Next Post