ଏଫ୍‌ଏମ୍‌ୟୁ ଏନ୍‌ଏସ୍‌ଏସ୍‌ ଶାଖା ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ବର, ୧୦/୭ (ଲକ୍ଷ୍ମୀଧର ବାରିକ) ଚଳିତ ବର୍ଷ ଫକୀରମୋହନ ବିଶ୍ବବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଶ୍ବବିବଦ୍ୟାଳୟର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ ନୂଆପାଢ଼ୀ ସ୍ଥିତ ବ୍ୟାସବିହାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରୋଟାରୀ କ୍ଲବ ବାଲେଶ୍ବର ଅନ୍‌ ସି ଏବଂ ସମ୍ବାଦ- ଆମଓଡ଼ିଶାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏନ୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅମୂଲ୍ୟ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ପ୍ରଫେସର ତ୍ରିପାଠୀ ସ୍ବେଚ୍ଛାକୃତ ଭାବେ ଯେଉଁମାନେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଭଳି ମହତ୍‌ କାର୍ଯ୍ୟରେ ନିଜକୁ ସାମିଲ କରୁଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ସମ୍ମାନୀତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମୁନେଶ ଚନ୍ଦ୍ର ଅଧିକାରୀ, କୁଳ ସଚିବ କୁକୁମୀନା ଦାସ, ରୋଟାରୀ କ୍ଲବ ବାଲେଶ୍ବର ଅନ୍‌ ସି’ର ସଭାପତି ଅରୁଣ କୁମାର ରାଠୀ, ସମ୍ପାଦକ ମୋହିତ ପୋଦାର, ହରିଶ୍‌ ପଟେଲ, ପ୍ରୀତି ପଟେଲ, ମୋନିକା ରାଠୀ, ଆଶିଷ ଅଗ୍ରୱାଲ, ଗୌତମ ପଟେଲ, ଆକାଂକ୍ଷା ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ତାରାକାନ୍ତ ନନ୍ଦଙ୍କ ନେତୃତ୍ବରେ ନର୍ସିଂ ଅଫିସର ସ୍ବାତୀ ସୁଚରିତା ରାଜ୍‌, ଟେକ୍ନିସିଆନ୍‌ ଦେବାଶିଷ ଦତ୍ତ, ବିଜୟ କୁମାର ପଟ୍ଟନାୟକ ଓ ପ୍ରଭାତ ବାରିକ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ନୀଳଗିରି ମହିଳା ମହାବିଦ୍ୟାଳୟ, ସ୍ବର୍ଣ୍ଣଚୂଡ଼ ମହାବିଦ୍ୟାଳୟ ଓ ରେମୁଣା ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ର ସ୍ବେଚ୍ଛାସେବୀମାନେ ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ଏହି ଶିବିରରୁ ୯୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ପ୍ରତିମା ପ୍ରଧାନ, ଡକ୍ଟର ଜଗନ୍ନାଥ ବେହେରା, କ୍ଲବର ଉପସଭାପତି ଏମ୍‌ଡି ମୁକ୍ତାର ଅହମ୍ମଦ ଏବଂ ରେମୁଣା ସମ୍ବାଦ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପାଢ଼ୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post