ନିମିକି ସଡ଼କର ଅବସ୍ଥା ଶୋଚନୀୟ , ଜିଲ୍ଲାପାଳଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଲେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ,ବାଲେଶ୍ୱର ଶାଖା


ବାଲେଶ୍ଵର, ୧୦/୭ (ଲକ୍ଷ୍ମୀଧର ବାରିକ) ବାଲେଶ୍ୱର ସହର ବଙ୍କାଖଜିରରୁ ରସାଲପୁରକୁ ଲମ୍ବିଯାଇଥିବା ନିମିକି ସଡକର ଅବସ୍ଥା ଶୋଚନୀୟ ,ରାସ୍ତା ସାରା ଖାଲ ଢ଼ିପ ଓ ଅନ୍ୟାନ୍ୟ ବହୁତ ସମାସ୍ୟା।ଲୋକମାନେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଆଜି ଏହିବିଷୟକୁ ନେଇ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ (INTUC)ର ବାଲେଶ୍ୱର ଜିଲ୍ଲା ସଭାପତି ବିକାଶ କୁମାର ଦାସ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଦରଖାସ୍ତ ଦ୍ୱାରା ଅବଗତ କରାଇଥିଲେ।ପ୍ରତିନିଧି ଦଳରେ ଥିଲେ ତରୁଣ କୁମାର ଦାସ,ପ୍ରକାଶ କୁମାର ମଲ୍ଲିକ,ଆଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post