କଳାହାଣ୍ଡି ଦକ୍ଷିଣାଞ୍ଚଳ ବନଖଣ୍ଡ ଛିଲିପା ପଞ୍ଚାୟତ ଗ୍ରାମ୍ୟ ପରିବେଶ ସୁରକ୍ଷା କମିଟି ଓ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ୭୪ ତମ ବନ ମହୋତ୍ସବ ପାଳିତ


ଧର୍ମଗଡ,(ପ୍ରଦୀପ ସେଠୀଆ) କଳାହାଣ୍ଡି ଦକ୍ଷିଣାଞ୍ଚଳ ବନଖଣ୍ଡ ଛିଲିପା ପଞ୍ଚାୟତ ଗ୍ରାମ୍ୟ ପରିବେଶ ସୁରକ୍ଷା କମିଟି ଓ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଛି। ଏହି ପାଳନ ଅବସରରେ ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଶରତ କୁମାର ସେଠୀ, ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କୁଅଁର, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର, ହୃଷୀକେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବକ ଆଗାମୀ ଦିନରେ ଜେନା ଡଙ୍ଗରିକୁ ସବୁଜ ସୁନ୍ଦର କରି ଏକ ପର୍ଯ୍ୟଟନ ସ୍ଥଳୀ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ ଫରେଷ୍ଟର ବିଷ୍ଣୁ ଚନ୍ଦ୍ର ପତ୍ରୀ, ଅଜିତ କୁମାର ପାଟ୍ଟଯୋଷୀ, ଗଜାନନ ସାହୁ, ଭାରତୀ ମେହେର, ମମତା ପଟେଲ, ଲିଲି ସାଗର, ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ଶରତ କୁମାର ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମଗଡ ବ୍ଲକ ର କେନ୍ଦ୍ରୀୟ ମାନବ ଅଧିକାରୀ ସଂଗଠନ ସମସ୍ତ ର ଯୁବ ସଭାପତି ମାଧବ ଠାକୁର ଓ ବ୍ଲକ ସଭାନେତ୍ରୀ ସ୍ୱାମନି ସୋନି ଓ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲା ବେଲ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଧନ୍ୟବାଦ୍ ଦେଇଥିଲେ।

Post a Comment

Previous Post Next Post