ଜନହିତକର ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବର କାରଣ ସରକାରୀ କଳ ଓ ରାଜନେତା

ଜଳେଶ୍ୱର, (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସରକାରୀ ଜନହିତକର ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବର କାରଣ ସରକାରୀ ପ୍ରଶାସନିକ କଳ ଓ ରାଜନେତାଙ୍କ ନିଜସ୍ୱ ସ୍ୱାର୍ଥ । ବିଜେଡି ସରକାର ସମୟରେ ଜନହିତ ପାଇଁ ବିଭିନ୍ନ ପ୍ରକାରର ପ୍ରକଳ୍ପ ଅନୁମୋଦନ ହୋଇଛି । କିନ୍ତୁ କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ବନ୍ଦ ହୋଇଯାଇଛି, କିଛି ଆରମ୍ଭ ହୋଇ ଧିରେ ଧିରେ ଚାଲିଛି, କିଛି ଅଧା ହୋଇ ପଡିରହିଛି, କିଛି ଆରମ୍ଭ ହୋଇପାରୁନାହିଁ । ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଦେଖିବାକୁ ମିଳୁନାହିଁ । ଯେପରିକି ୧-ଜଳେଶ୍ୱର ସହରର ବାସନ୍ତି ପଡିଆ ଠାରୁ ସତ୍ ସଙ୍ଗ ବିହାର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ଥିକରଣ, ଯାହା ପାଇଁ ୨ବର୍ଷରୁ ଅଧିକ ସମୟ ହେଲା ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ବ୍ୟବସାୟୀ ଓ ଗୃହକରି ରହିଥିବା ଲୋକମାନେ ନିଜନିଜର ଘର ଭାଙ୍ଗି ଜୀବିକା ହାରାଇ ବସି ରହିଛନ୍ତି, ୨-ବଡବଜାର ଠାରୁ ଷ୍ଟେସନ ବଜାର ବସଷ୍ଟାଣ୍ଡ ଯାଏ ରାସ୍ତା ପ୍ରଶସ୍ଥିକରଣ, ଡ୍ରେନ ନିର୍ମାଣ, ଫୁଟପାଥ ନିର୍ମାଣ, ବିଦ୍ୟୁତ୍ ଖୁଣ୍ଟ ଅପସାରଣ, ୩-ନୂଆବଜାର ଠାରେ ନିର୍ମାଣଧିନ ରେଳ ଅଭର ବ୍ରୀଜ ଓ ସଂଲଗ୍ନ ରାସ୍ତା ପ୍ରଶସ୍ଥି କରଣ କାର୍ଯ୍ୟ, ୪-ସୁବର୍ଣ୍ଣରେଖା ନଦୀବନ୍ଧ ଯୋଜନା, ରିଂ ରୋଡ ନିମାର୍ଣ, ନଦୀର ଉଭୟ ପାଶ୍ୱର୍ରେ ପଥର ପେଚିଂ, ୫-ପଶ୍ଚିମବାଡ-ଜଳେଶ୍ୱର ରାସ୍ତା, ପାଇକସୀଦା ରାସ୍ତା, ବିଭିନ୍ନ ପଂଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବର୍ଷା ଓ ବନ୍ୟା ପାଣି ନିଷ୍କାସନ ପାଇଁ ନୟନଜୋରୀକୁ ଜବରଦଖଲ ମୁକ୍ତ କରି କାର୍ଯ୍ୟ କରିବା, ପୈାରାଂଚଳରେ ବହୁ ପ୍ରକଳ୍ପ ଆରମ୍ଭ ହୋଇନାହିଁ, କେତେକ ଅଧାହୋଇ ପଡିରହିଛି, ୫ଟି ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସଂମ୍ପୂର୍ଣ୍ଣ ହୋଇନାହିଁ, ଶାନ୍ତିଆ ଓ ପଂଚୁଘଣ୍ଟା ଠାରେ ଶ୍ମଶାନ ଗୃହ, ନୂଆ ବଜାର ଅଲାଲପୁର ରାସ୍ତା, ଡ୍ରେନ, ନଦୀକୂଳ ପାର୍କ, ଜଳ ନିଷ୍କାସନ ଇତ୍ୟାଦି ବହୁ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ଏହି ଅହେତୁକ ବିଳମ୍ବ ଓ ଅଚଳ ଅବସ୍ଥାର କାରଣ ଖୋଜିବାକୁ ଯାଇ ଜଣାଯାଇଛି ଯେ ଚଳିତ ସରକାରଙ୍କ ସମୟରେ ବହୁ ପ୍ରକଳ୍ପ ଅନୁମୋଦିତ ହୋଇଛି କିନ୍ତୁ ଠିକାଦାରଙ୍କ ଉପରେ ପିସିର ଚାପ ବହୁ ଗୁଣରେ ବଢିଯାଇଛି । କାର୍ଯ୍ୟ ଆରମ୍ଭ ପୂର୍ବରୁ ଆଗୁଆ ପିସି ପୈଠ କରିବା ପାଇଁ ଚାପ ବଢିଯାଉଛି । ଫଳରେ ଠିକାଦାର ପ୍ରଥମେ ପିସି ଦେବା ପରେ କାର୍ଯ୍ୟରେ ମନ ଦେଉନାହିଁ । ଠିକାଦାରଙ୍କ କହିବାନୁଯାୟୀ ବର୍ତମାନ ସମୟରେ ପ୍ରଥମେ ଲେସରେ କାର୍ଯ୍ୟ ଧରିବାକୁ ପଡୁଛି । ଦ୍ୱତୀୟରେ ନିର୍ମାଣ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ କୈାଣସୀ ସୁବିଧା ଯୋଗାଇ ଦିଆଯାଉନାହିଁ । ଫଳରେ ବାଲି, ମାଟି, ଗୋଡି, ପଥର ଚୋରାରେ କିଣିବାକୁ ପଡୁଛି । ନିର୍ମାଣ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଯୋଗୁଁ କାର୍ଯ୍ୟରେ ଅର୍ଥ ବିନିଯୋଗ ଏକ କାରଣ ବନିଥିବା ବେଳେ ପ୍ରଶାସନିକ କଳ ଓ ରାଜନୈତିକ ନେତାଙ୍କ ପିସି ଚାପ କାର୍ଯ୍ୟ କରିବାକୁ ଦେଉନାହିଁ । ଫଳରେ ଠିକାଦାର ପ୍ରଥମେ ପିସି ଦେବାପରେ କାର୍ଯ୍ୟ ନ କଲେ ମଧ୍ୟ କେହି କହିବାକୁ ସାହସ କରିପାରୁ ନାହାନ୍ତି । ବରଂ ଠିକାଦାର ମାନେ ବର୍ତମାନ ଅଫିସ ଗୁଡିକୁ ନିଜ ଅଧିନକୁ ନେବା ସହିତ କାର୍ଯ୍ୟ ଚଳାଉଥିବାର ଦେଖିବାକୁ ମିଳୁଛି । ଏ ସବୁର ସମାଧାନ କେବେ ହେବ ଓ ସର୍ବାଙ୍ଗ ସୁନ୍ଦର ଜଳେଶ୍ୱର କହୁଥିବା ସ୍ୱପ୍ନ କେବେ ସାକାର ହେବ ଦେଖିବାକୁ ବାକିରହିଲା ।

Post a Comment

Previous Post Next Post