ଭବାନୀପାଟଣା ୧୬/୦୭ (ଶ୍ୟାମସୁନ୍ଦର ମାଝୀ) ପରମ୍ପାରିକ ପର୍ବ ଡୁମା ଉଆଁସ ପଶ୍ଚିମ ଓଡ଼ିଶା ରେ ପର୍ବ ପର୍ବାଣୀର ସ୍ବତନ୍ତ୍ର ବିଶେଷତ୍ଵତା ରହିଛି। ବାରମାସରେ ତେର ପର୍ବ ପାଳନ୍ତି ସେଥି ମଧ୍ୟରୁ କଳାହାଣ୍ଡି,ନୂଆପଡା,ନବରଙ୍ଗପୁର , ବଲାଙ୍ଗୀର ଜିଲ୍ଲା ମାନଙ୍କରେ ଡୁମାଉଆଁସ ପର୍ବ ର ଆଦରତା ରହି ଆସିଛି। ଜାକଜମକ ନହେଲେବି ବେଶ୍ ଉତ୍ସାହ ଭାବେ ଏହି ପର୍ବ ପାଳିତ ହୁଏ। ସାଧାରଣତଃ ଏହିପର୍ବ ରେ ନିଜ ପିତ୍ରୁ ଦେବତାଙ୍କୁ ପୂଜାକରାଜାଏ ନିଜ ପାଳିତ ଦେବାଦେବୀ ଓ ବଂଶ ଗତ ଦେବତାଙ୍କ ନିକଟରେ ନାନାପ୍ରକାର ବଳି ନଡ଼ିଆ ଧୂପ ଇତ୍ୟାଦି ରେ ପୂଜା କରାଯାଇଥାଏ।ତେବେ ଏହି ପର୍ବ କୁ ମୂଳଦୂଆ ପର୍ବମଧ୍ୟ କୁହାଯାଏ।ବିଶ୍ଵାସ ଅଛିଯେ କୃଷି ଉପଯୋଗି ତଥା ରକ୍ଷଣ ଦାୟିତ୍ୱ ପୂଜୟ ଦେବତା ନେଇଥାଆନ୍ତି । ରୋଗା ପୋକ ସହିତ ଲୋକଙ୍କ କଳାନଜର କୁ ଦେବତା ମାନେ ସୁରକ୍ଷା ଦେବା ଲୋକଙ୍କ ବିଶ୍ଵାସ ରହିଛି। ଅନ୍ୟପଟେ ଏହିଦିନ ସୂର୍ଯ୍ୟ ଉଇଁବା ପୂର୍ବରୁ ଦୀପଜାଳି ଦେବତା ମାନଙ୍କୁ ଆହ୍ୱାନ କରାଯାଏ ଏବଂ ଲୋହାର ସମ୍ପ୍ରଦାୟ ର ଲୋକେ ଘର ଘର ବୁଲି ବେତଖୁଣ୍ଟି ଘର ର ମୁକ୍ଷ ଦ୍ଵାରା ରେ ମାରିଥାଆନ୍ତି। ବିଶ୍ଵାସ ରହିଛି ଯେ ଏହି ବେତ ଖୁଣ୍ଟି ମାରିବା ଦ୍ଵାରା ଶନି ଦେବଙ୍କ କୋପ ଦୃଷ୍ଟି ନପଡ଼ିବା ଓ କୌଣସି ବାହାରିଆ ଭୂତ ପ୍ରେତ ଘରକୁ ପ୍ରବେଶ କରି ପାରେ ନାହିଁ ।ଏହାର ବିଶେଷତ୍ଵ ହେଉଛି ମହାମାରୀ ଭଳୀରୋଗ ପୋକ ଘର ଭିତରକୁ ନପସିବା ଲକ୍ଷ୍ମୀ ଦେବୀଙ୍କ ସଦା କୃପା ରହିବା ଆଜି ବିଶ୍ଵାସ ରହିଛି।ଏହିଦିନ ବିଭିନ୍ନ ସମ୍ପ୍ରଦାୟ ର ଲୋକ ତଥା ଗରିବ ଲୋକମାନେ ଘର ଘର ବୁଲି ଭିକ୍ଷା ମାଗିଥାଆନ୍ତି ଲୋକେ ଆଦର ସହ ଚାଉଳ,ଧାନ ଟଙ୍କା ଆଦି ଖୁସିରେ ଦେଇଥାଆନ୍ତି।ତେବେ ଏହି ପର୍ବକୁ ଗାଁ ଲୋକେ ଭିହ୍ନ ଭିନ୍ନ ଦିନ ପାଳନ କରିଥାଆନ୍ତି। ଆଜି ଏହି ପର୍ବ କୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳରେ ପାଳିତ ହେଉଛି।

Post a Comment