ତୁରେକେଲା କ୍ଳଷ୍ଟରର ବିଦ୍ୟାଳୟରେ ପୋଷାକ ବିତରଣ


କଣ୍ଟାବାଞ୍ଜି ୨୨/୦୭ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନସ୍ଥ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଦିଆଯାଇଥିଲା।ଗଇଁତାପଡା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଭାନୁ ବେହେରା, କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ ଯୋଗଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଟିକେମନ ସମରଥ,ପ୍ରଧାନ ଶିକ୍ଷକ ଦେବ ବଗର୍ତ୍ତୀ,ଶିକ୍ଷକ ସୁନୀଲ ରଂଜନ ସଲତାର ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।ତଦନୁସାରେ ଗଞ୍ଜାଉଡାର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପୋଷାକ ବଣ୍ଟନ କରାଯାଇଥିଲା।ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଭାନୁ ବେହେରା, କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ ଯୋଗଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ ହଂସ, ପ୍ରଧାନ ଶିକ୍ଷକ ସୁରୁମଣି ମେହେର, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପନିକା ତଥା ସଭ୍ୟସଭ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଗଣପୋଷାକ ବିତରଣ କରିଥିଲେ।ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସଂଯୋଜକ ବିଜୁଦାସ ମହାନନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରଇଂଖାତା,ରବର,ଶିଶା,କଟର ଆଦି ପ୍ରଦାନ କରିଥିଲେ।

Post a Comment

Previous Post Next Post