ଜଳେଶ୍ବର,୨୬/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ତାଳଗୋଛିଆ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଭାଜପା ପକ୍ଷରୁ କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପି ନେତା ଗୋପାଳ ଦତ୍ତଙ୍କ ଅଧ୍ୟକ୍ଷତାରେ ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନଗର ସଭାପତି ତଥା ପୌର ସାଂସଦ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ମଣ୍ଡଳ ସଭାପତି ବିଜୟ ସାମଲ, ନାରୀନେତ୍ରୀ ସୁମତିରାଣୀ ଦେ, ଶକ୍ତିକେନ୍ଦ୍ର ପ୍ରମୁଖ ଜଗଦିଶ ପ୍ରଧାନ, ବିସ୍ତାରକ ବିମଲ କୁମାର ଭୂୟାଁ,ଅକ୍ଷୟ ଜେନା, ରତ୍ନାକର ଜେନା, ଦେବ ପାଠୀ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ଶାସକ ଦଳର ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି, ଆଦର୍ଶ ଓ ସୁଶାସନରେ ଅନୁପ୍ରାଣିତ ହୋଇ ତଥା ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଜୀଙ୍କ ବଳିଷ୍ଠ ନେତୃତ୍ୱ ଆଧାରରେ ଜଳେଶ୍ୱର ଭାଜପାର ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ପୂର୍ବତନ ୱାର୍ଡମେମ୍ବର ଅଜିତ କୁମାର ଜେନା,ନିର୍ମଳ ଭୂୟାଁ, ପୁରୁଷୋତ୍ତମ ପ୍ରଧାନ, ଯୁବନେତା ରାଜଗୋପାଳ ଦାସ ଅଧିକାରୀ, ବିଶ୍ୱଜିତ ଦାସ, ମଙ୍ଗଲ ହାଁସଦା, ଦେବୁ ମହାନ୍ତିଙ୍କ ସମେତ ବହୁ କର୍ମୀ ଓ ନେତା ଅନ୍ୟ ଦଳ ଛାଡ଼ି ବିଜେପିରେ ସାମିଲ ହେଲେ । ୱାର୍ଡମେମ୍ବର ରଂଜିତ ସେନାପତି, ସୁନିତା ପ୍ରଧାନ ଓ ବାସୁଦେବ ପ୍ରଧାନ, ଜିତେନ୍ଦ୍ର ଜେନା, ଜ୍ୟୋତିବ୍ରହ୍ମ ଦେ, ଗୀତାରାଣୀ ପ୍ରାମାଣିକ, ସଂଗୀତା ଜେନା, ସୁଶାନ୍ତ ଅଧିକାରୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯୁବନେତା ସତ୍ୟଗୋପାଳ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment