ବାଲେଶ୍ଵର, ୨୯/୭(ଲକ୍ଷ୍ମୀଧର ବାରିକ) ମଣିପୁର ଲୋମହର୍ଷଣକାରୀ ବର୍ବୋଚିତ ଅମାନବୀୟ ମହିଳା ନିର୍ଯାତନା ଘଟଣାର ବାଲେଶ୍ଵର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତିଙ୍କ ନେତୃତ୍ବରେ ବାଲେଶ୍ଵର ମହିଳା କଂଗ୍ରେସର କର୍ମୀ ମାନଙ୍କୁ ନେଇ ଏକ ବିରାଟ ବିକ୍ଷୋଭ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହର କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ ଘଟିକା ୩୦ ମିନିଟ୍ ରେ ଫକୀରମୋହନ ଗୋଲେଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମହାନ୍ତି ସମେତ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଉପସଭାପତି ଜ୍ୟୋତ୍ସ୍ନା ସେନାପତି, ଜିଲ୍ଲା ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ସଭାପତି ବିକାଶ ଦାସ, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ପ୍ରତିମା ପଣ୍ଡା, ବାସନ୍ତୀ ସାମଲ, ଅନ୍ନପୂର୍ଣ୍ଣା ସ୍ଵାଇଁ, କୁମୁଦିନୀ ଦାସ, ଅପର୍ଣ୍ଣା କର, ପ୍ରେମଲତା ମହାନ୍ତି, ଗାୟତ୍ରୀ ଦତ୍ତ, ସନ୍ଧ୍ୟା ନାଥ, କବିତା ଦାସ, ସଂଯୁକ୍ତା ବେହେରା ସୁଭଦ୍ରା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି କେନ୍ଦ୍ର ମୋଦି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ସ୍ଲୋଗାନ ଦେଇଥିଲେ।

Post a Comment