ଜଳେଶ୍ୱର, ୨୯।୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଧାରଂଜନ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା ଅଜିତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟାପକ ଜିତାରାମ ଦେ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ସ୍ଥାୟୀ ସଂପାଦକ କପିଳେଶ୍ୱର ମହାନ୍ତି ପ୍ରମୁଖ ଯୋଗଦେଇ ବିଜ୍ଞାନର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ବିଦ୍ୟାଳୟର ଗୁରୁଜୀ ଜୟନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁଜୀ ଉମାଶଂଙ୍କର ପାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୮୦ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଗଣିତ ପ୍ରଶ୍ନ ମଂଚ, ବିଜ୍ଞାନ ପ୍ରଶ୍ନ ମଂଚ, ସଂସ୍କୃତିଜ୍ଞାନ ପ୍ରଶ୍ନ ମଂଚ, ପତ୍ର ବାଚନ ଓ ନିବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ ପାଇଁ ଶିକ୍ଷକ ଆଦିକନ୍ଦ ପାତ୍ର, ସଂଜୀବ କୁମାର ପରିଡା, ରାଧାକୃଷ୍ଣ ଗିରି ଓ ହରିପଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ପରିଚାଳନା କରିଥିଲେ । ଶେଷରେ ସମସ୍ତ ଅତିଥି ମାନଙ୍କୁ ବୃକ୍ଷ ପ୍ରଦାନ କରାଯାଇଥିଲା ।

Post a Comment