ସ୍ୱଚ୍ଛ ଭାରତ ମିଶନ ଉପରେ ସ୍ବଚ୍ଛତା ର ପ୍ରଶ୍ନ


ଜୁନାଗଡ଼,୭/୬ (ଧୀରେନ୍ଦ୍ର ସୁନାନୀ) : ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ୨୦୧୯/ ୨୦ ଆର୍ଥିକ ବର୍ଷରେ ବସ୍ତି ବାସିନ୍ଦା ଙ୍କ ସୁବିଧା ପାଇଁ ଗୋଷ୍ଟି ଶୌଚାଳୟ ଗୋଡ଼ିକ ନିର୍ମିତ ହୋଇଥିଲା, ହେଲେ ଆଜିକୁ ୩ ବର୍ଷ ରୁ ଅଧିକ ବିତିଯାଇଥିଲେ ମଧ୍ୟ ସେହି ଶୌଚାଳୟ ଗୋଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ, ଓଲଟା ଅପରିଷ୍କାର ର ଗନ୍ତା ଘର ପାଲଟିଛି, ସ୍ବଚ୍ଛ ଭାରତ ମିଶନ ଯୋଜନା ରେ ସରକାରୀ ଅନୁଦାନ ସରକାରୀ ଅର୍ଥର ଦୂରପଯୋଗ ହୋଇଥିବା ଅଭିଯୋଗ ହେଉଛି, ସେହି ରାସ୍ତା ଦେଇ ଯାଉଥିବା ଲୋକ ସଦା ସର୍ବଦା ନାକ ଟେକି ଯାଉଛନ୍ତି, ତେବେ ସୂଚନା ଥାଉକି ବିଗତ ଦିନରେ ପୂର୍ବ ଭାରତ ରେ ନମ୍ବର ୱାନ ଏନ୍ ଏ ସି ର ପୁରସ୍କାର ପାଇଥିବା ଏହି ଜୁନାଗଡ଼ ଏନ୍ ଏ ସି ଦ୍ଵାରା ନିର୍ମିତ ହୋଇଥିବା ଏହି ଶୌଚାଳୟ ର ଚିତ୍ର ଦେଖିଲେ ସହଜରେ ଅନୁମାନ କରାଯାଉଛି ଯେ ଏଠି ପ୍ରଶାସନ ର କାର୍ଯ୍ୟ ଦକ୍ଷତା କେତେ। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

Post a Comment

Previous Post Next Post