ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି, ମୁଖ୍ୟ ରାସ୍ତାରେ ଥିବା ଗାତ


କଲମପୁର : (ଶରତ ଚନ୍ଦ୍ର ସୁନାନୀ) କଲମପୁର ଠାରୁ ଜୁନାଗଡ଼ ମୁଖ୍ୟ ରାସ୍ତାର ଦୁରତ୍ଵ ୩୨କିଲୋମିଟର। ଏହି ରାସ୍ତା ଦେଇ ଦୈନନ୍ଦିନ ସ୍କୁଲ୍, କଲେଜ ଛାତ୍ର ଛାତ୍ରୀ ଯିବାସହ ଜୁନାଗଡ଼ କୁ ଶହ ଶହ ଭାରି ଯାନ, ମଟର ସାଇକେଲ ଯିବା ଆସିବା କରିଥାଏ।ପରିତାପ ର ବିଷୟ କି ଗତ ୨୦୧୪/୧୫ ଆର୍ଥିକ ବର୍ଷରେ ପ୍ରାୟ ୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ଉନ୍ନତି କରଣ କରାଯାଇ, ନିର୍ମାଣ ହୋଇଥିଲା ଅନେକ ଛୋଟ ବଡ଼ ପୋଲ। ପରବର୍ତ୍ତୀ ସମୟର ଆହୁରି ଥରେ ହୋଇଥିଲା ପୋଲ ଓ ରାସ୍ତାର ସମ୍ପ୍ରସାରଣ । କିନ୍ତୁ ବର୍ତ୍ତମାନ କଲମପୁର ଠାରୁ ପ୍ରାୟ ୪ କିଲୋମିଟର ଦୂର କଦଳିଚୁଆଁ ଛକ ସ୍ବାଗତ ଢାବା ସମ୍ମୁଖରେ ଥିବା ଏକ ପୋଲ ରେ ଗାତ ସୃଷ୍ଟି ହୋଇ ଏବେ ବିପଦ ସଙ୍କୁଳ ଅବସ୍ଥାରେ।ଯାହାରି ଫଳରେ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଗାଡି, ମଟର ଯାତାୟାତ କରୁଥିବା ଆରୋହୀଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ । ବର୍ତ୍ତମାନ ଆଗକୁ ବର୍ଷା ଋତୁ ତେଣୁ ବର୍ଷା ହେଲେ ସେହି ଗାତ ରେ ପାଣି ଭର୍ତି ହୋଇ ରହିଲେ, ଏହି ସ୍ଥାନରେ ଅନେକ ଦୁର୍ଘଟଣା ହେବା ସମ୍ଭାବନା ରହିଛି।ଯଦି ଦୁର୍ଘଟଣା ହୋଇ ଅନେକ ଧନ, ଜୀବନ ନଷ୍ଟ ହୁଏ,ତେବେ ସେଥିପାଇଁ ଦାୟୀ ରହିବ କିଏ ? ପ୍ରଶାସନ ନା ବିଭାଗ। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସମେତ ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗୀୟ ଅଧିକାରୀ ଗୁରୁତ୍ଵ ଦେଇ ଯଥାଶୀଘ୍ର ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Post a Comment

Previous Post Next Post