୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା


ନୂଆପଡା ୦୭/୦୬ (ପରମେଶ୍ବର ମେହେର) ବନ୍ଧୁକ ମୁନରେ ଲୁଟ୍ । ୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା । ଜଣେ ଗୁରୁତର,ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ନୂଆପଡା ଜିଲ୍ଲା ଖଡିଆଳ ଥାନା ଖୁଦପେଜ ଗାଁର ଘଟଣା । ମଙ୍ଗଳବାର ରାତି ୯ଟା ସମୟରେ ଘର ପଛପଟ ବାଡ ଡେଇଁ ହଠାତ ଛଅଜଣ ବ୍ୟକ୍ତି ଘର ଭିତରକୁ ପଶିଥିଲେ । ଦୁଇ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରିବା ସହ ବୃଦ୍ଧାଙ୍କୁ ପଛପଟୁ ବାନ୍ଧି ଦେଇଥିଲେ । ପରେ ଗୋଟିଏ ୨ମାସର ଶିଶୁକୁ ଢାଲ କରିବା ସହ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ସୁନା ଗହଣା ଓ ଟଙ୍କା ରଖାଯାଇଥିବା ବକ୍ସର ଚାବି ଦାବି କରିଥିଲେ । ଭୟରେ ଚାବି ଦେବା ପରେ ସବୁତକ ଲୁଟି ଚାଲି ଯାଇଥିଲେ । ଖଡିଆଳ ପୋଲିସ ଖବର ପାଇ ରାତିରେ ଖୁଦପେଜ ଯାଇଥିବା ବେଳେ ଲୋକେ ଗାଁ ଦାଣ୍ଡ ରେ ବସିଥିବା ଦେଖି କଥା କିଛି ଅଲଗା ଥାଇପାରେ ବୋଲି ଅନୁମାନ କରୁଥିଲେ । ତେବେ ଡକାୟତ କୁହା ଯାଉଥିବା ଭିତରୁ ତିନିଜଣ ସୁନ୍ଦର ଶ୍ୟାମଙ୍କ ସମ୍ପର୍କିୟ ବୋଲି ଜଣାପଡିଛି ।

Post a Comment

Previous Post Next Post