ଡେଙ୍ଗ ବିଦ୍ୟାଳୟରେ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ବଲାଙ୍ଗିର (ଗଣେଶ ଦାସ )ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ସଂଯୋଜନା କରିଥିଲେ । କର ଯୋଗ, ରୁହ ନିରୋଗ । ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀର ସୁସ୍ଥ ରହେ ଓ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର । ତେଣୁ ଯୋଗ କରି ନିରୋଗ ରହିବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସର ଏକ ବାର୍ତ୍ତା ବୋଲି ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ମତବ୍ୟକ୍ତ କରିଛନ୍ତି । ପରେ ସୂର୍ଯ୍ୟନମସ୍କାର, ବୃକ୍ଷାସନ, ପାଦହସ୍ତାସନ, ବଜ୍ରାସନ, ଅର୍ଦ୍ଧଷ୍ଟ୍ରାସନ, ଉଷ୍ଟ୍ରାସନ, ଶଶକାଶନ, ମକରାସନ, ଭୁଜଙ୍ଗାସନ, ଶଳଭାସନ, ଉତ୍ତନ ପାଦାସନ, ପବନମୁକ୍ତାସନ ଆଦି ଯୋଗାସନ କରାଯାଇ ଥିଲା । କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ସହ ଶିକ୍ଷକ ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ଦୀପକସେନ ଧରୁଆ, ସମୀର ସେଠି, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, କାନ୍ତି ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ପରିଚାଳନା କରିଥିଲା ବେଳେ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post